AK ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଭଙ୍ଗ ହେବା ଏବଂ ଦ୍ୱିତୀୟ ଭୟଙ୍କର ଯୁଦ୍ଧ ହେବାର ସମ୍ଭାବନା ମଧ୍ୟରେ ଉତ୍ତର କୋରିଆ ଗତ ଦୁଇ ଦିନ ଧରି ନିରନ୍ତର ବିପଦପୂର୍ଣ୍ଣ ବାଲିଷ୍ଟିକ୍ ଏବଂ କ୍ଲଷ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଆସୁଛି । ଦ୍ୱିତୀୟ ଭୟଙ୍କର ଯୁଦ୍ଧ ହେବାର ସମ୍ଭାବନା ମଧ୍ୟରେ ଉତ୍ତର କୋରିଆ ଗତ ଦୁଇ ଦିନ ଧରି ନିରନ୍ତର ବିପଦପୂର୍ଣ୍ଣ ବାଲିଷ୍ଟିକ୍ ଏବଂ କ୍ଲଷ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଆସୁଛି। ରବିବାର କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ଏହା ୨୪ ଘଣ୍ଟା ମଧ୍ୟରେ ସୋମବାର ଉତ୍ତର କୋରିଆ ଲଗାତାର ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ।

ସୋମବାର ଉତ୍ତର କୋରିଆ କ୍ଲଷ୍ଟର ବୋମା ଯୁଦ୍ଧାସ୍ତ୍ର ସହିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। କିମ୍ ଜୋଙ୍ଗ ଉନ୍ଙ୍କ ପ୍ରଶାସନ ଦାବି କରିଛି ଚଳିତ ମାସରେ ଦ୍ୱିତୀୟ ଥର ପାଇଁ କ୍ଲଷ୍ଟର ବୋମା ଯୁଦ୍ଧାସ୍ତ୍ର ସହିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି, କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) ରିପୋର୍ଟ କରିଛି, ରବିବାର ଦିନ ଉତ୍ତର କୋରିଆର ପୂର୍ବ ଉପକୂଳରୁ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା, ଯାହାକୁ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ଚିହ୍ନଟ କରିଥିଲେ। ଗୋଟିଏ ଦିନ ପରେ, କ୍ଲଷ୍ଟର ବୋମା ଯୁଦ୍ଧାସ୍ତ୍ର ସହିତ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।
କେସିଏନ୍ଏ ଚିତ୍ରଗୁଡ଼ିକରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଏବଂ ତାଙ୍କ ଝିଅ କିମ୍ ଜୁ ଏ ଏହି ଅବସରରେ ଉପସ୍ଥିତ ଅଛନ୍ତି। ଉଭୟ କଳା ଚମଡା ଜ୍ୟାକେଟ୍ ପିନ୍ଧି କ୍ଷେପଣାସ୍ତ୍ର ପରୀକ୍ଷଣ ଦେଖୁଥିବା ଫଟୋରେ ଦେଖିବାକୁ ମିଳୁଛି। ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା କହିଛି କିମ୍ ଝିଅ କିମ୍ ଜୁ ଏଙ୍କୁ ନିଜ ଉତ୍ତରାଧିକାରୀ ଭାବରେ ବିବେଚନା କରୁଛନ୍ତି । କେସିଏନ୍ଏ ଅନୁଯାୟୀ, କିମ୍ କ୍ଲଷ୍ଟର ବମ୍ ଯୁଦ୍ଧାସ୍ତ୍ର ଏବଂ ଫ୍ରାଗମେଣ୍ଟେସନ୍ ମାଇନ୍ ଯୁଦ୍ଧାସ୍ତ୍ର ବହନ କରୁଥିବା ପାଞ୍ଚଟି ଉନ୍ନତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ହ୍ୱାସୋଙ୍ଗ-୧୧-ରା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତ୍କ୍ଷେପଣ ତଦାରଖ କରିଛନ୍ତି। କ୍ଷେପଣାସ୍ତ୍ରଗୁଡ଼ିକ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲେ ଏବଂ କିମ୍ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି । ଚଳିତ ମାସରେ ଉତ୍ତର କୋରିଆ କ୍ଲଷ୍ଟର ବୋମା ଯୁଦ୍ଧାସ୍ତ୍ର ସହିତ ଭୂମିରୁ ଭୂମିକୁ ନିକ୍ଷେପ କରାଯାଉଥିବା କ୍ଲଷ୍ଟର ବମ୍ ୱାରହେଡ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହ୍ୱାସଙ୍ଗ-୧୧ ପରୀକ୍ଷଣ କରିଥିଲା । ଏହା ୬.୫ରୁ ୭ ହେକ୍ଟର (୧୬ ରୁ ୧୭.୨ ଏକର) ଅଞ୍ଚଳକୁ ପାଉଁଶ କରିପାରେ ବୋଲି କିମ୍ କହିଥିଲେ । ଉତ୍ତର କୋରିଆ ପୂର୍ବରୁ କ୍ଲଷ୍ଟର ବୋମା ଯୁଦ୍ଧାସ୍ତ୍ର ପରୀକ୍ଷଣ କରିଛି, କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି, ଇରାନ ଯୁଦ୍ଧ ଉତ୍ତର କୋରିଆକୁ କ୍ଲଷ୍ଟର ଯୁଦ୍ଧାସ୍ତ୍ରର ମାଲିକାନା ପ୍ରଦର୍ଶନ କରିବାକୁ ଏବଂ ଉନ୍ନତ କ୍ଲଷ୍ଟର ଯୁଦ୍ଧାସ୍ତ୍ର ବିକଶିତ କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପ୍ରେରଣା ଦେଉଛି। ଚଳିତ ଯୁଦ୍ଧରେ କ୍ଲଷ୍ଟର ଯୁଦ୍ଧାସ୍ତ୍ରର ବିନାଶକାରୀ ରୂପ ଦେଖିବାକୁ ମିଳିଛି । ଇରାନକୁ ଏପରି ଅସ୍ତ୍ର ବ୍ୟବହାର କରି ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀର ମୁକାବିଲା କରିଛି ।






