AK ଏପ୍ରିଲ ୨୮ରୁ ବିଭିନ୍ନ ସ୍ଥାନରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏପ୍ରିଲ ୨୮ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ହଳଦିଆ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର । ଲଗାତାର ଦୁଇ ସପ୍ତାହ ଅସହ୍ୟ ତାତି ପରେ ୨୮ରୁ ବଦଳିବ ପାଗ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ ଉତ୍ତପ୍ତ ବାୟୁ ବାୟୁମଣ୍ଡଳରେ ପ୍ରବେଶ କରି ପ୍ରତିକ୍ରିୟାଶୀଳ ହୋଇ, ବିପଦଜନକ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ରାଜ୍ୟରେ ଆଗାମି ୫ଦିନ ଯାଏ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ବର୍ଷା ।

ଏପ୍ରିଲ ୨୮ରୁ ବିଭିନ୍ନ ସ୍ଥାନରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏପ୍ରିଲ ୨୮ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ହଳଦିଆ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର । ଏହାସହ କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ସର୍ବାଧିକ ୬୬ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
- ତାତିରେ ଝାରସୁଗୁଡ଼ାର ରେକର୍ଡ
- ଉପକୂଳରେ ଗରମ ସାଙ୍ଗକୁ ଗୁଳୁଗୁଳି
ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ହୀରାକୁଦ, ରାଉରକେଲା, ସମ୍ବଲପୁରର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଟପିବା ଯୋଗୁଁ ଅସହ୍ୟ ଗରମ ହେଉଛି। ଦିନ ରାତି ଝାଞ୍ଜି ପବନ ଟାଇଁ ଟାଇଁ ଫୋଡି ହୋଇଯାଉଛି। ଉପକୂଳରେ ଯଦିଓ ତାତି ଟିକେ କମିଛି, କଲବଲ କରୁଛି ପ୍ରବଳ ଗୁଳୁଗୁଳି। ଆଉ ୨୪ଘଣ୍ଟା ତାତି ରହିବ। ତାପରେ ତାପମାତ୍ରା ହ୍ରାସ ପାଇବ । ଗରମ ଓ ଗୁଳୁଗୁଳି ସାଙ୍ଗକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ପାଇଁ ସର୍ତକତା ଜାରି କରାଯାଇଛି ।






