AK ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ୮୬ ବର୍ଷୀୟ ବୃଦ୍ଧାଙ୍କ ଧାରଣା । ବିଦ୍ୟୁତ ସେବା ପାଇବା ପାଇଁ ବିଦ୍ୟୁତ ଅଫିସ ଆଗରେ ବୃଦ୍ଧାଙ୍କ ଧାରଣା । ଭୂତ ଜାଳିଥିବା ବିଦ୍ୟୁତ ବିଲର ଅର୍ଥ ଦାବି କରି ଦୀର୍ଘ ୩୦ ମାସ ହେଲା କେନ୍ଦ୍ରାପଡ଼ା ଜିଲ୍ଲା କୋଇଲିପୁର ଗାଁର ୮୬ ବର୍ଷୀୟା ବୃଦ୍ଧା ମରୁଆ ସ୍ୱାଇଁଙ୍କୁ ବିଦ୍ୟୁତ ସଂଯୋଗ ଦେଉନି ବିଭାଗ ।

ବିଦ୍ୟୁତ ସେବା ପାଇବା ପାଇଁ ବିଦ୍ୟୁତ ଅଫିସ ଆଗରେ ବୃଦ୍ଧାଙ୍କ ଧାରଣା । ଭୂତ ଜାଳିଥିବା ବିଦ୍ୟୁତ ବିଲର ଅର୍ଥ ଦାବି କରି ଦୀର୍ଘ ୩୦ ମାସ ହେଲା କେନ୍ଦ୍ରାପଡ଼ା ଜିଲ୍ଲା କୋଇଲିପୁର ଗାଁର ୮୬ ବର୍ଷୀୟା ବୃଦ୍ଧା ମରୁଆ ସ୍ୱାଇଁଙ୍କୁ ବିଦ୍ୟୁତ ସଂଯୋଗ ଦେଉନି ବିଭାଗ । ବାରମ୍ବାର ବିଦ୍ୟୁତ କାର୍ଯ୍ୟାଳୟ ଦୌଡ଼ିବା ପରେ ବି ବିଦ୍ୟୁତ ସଂଯୋଗ ନହେବାରୁ ଆଜି ଇଲେକ୍ଟ୍ରିକ୍ ଅଫିସ୍ ଆଗରେ ଧାରଣା ଦେଇଛନ୍ତି । ତାଙ୍କର ବିଧବା ଝିଅ ଓ ନାତୁଣୀ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି । ବୃଦ୍ଧାଙ୍କ ସ୍ୱାମୀ ୨୦୦୭ ମସିହାରେ ମୃତ୍ୟ ବରଣ କରିଥିଲେ । ତାଙ୍କ ସ୍ୱାମୀ ୨୦୧୧ରୁ ୨୦୧୭ ଯାଏଁ ବିଦ୍ୟୁତ ବ୍ୟବହାର କରିଥିବା ଦର୍ଶାଇ ବିଦ୍ୟୁତ ସଂଯୋଗ ଦିଆଯାଉନି । ଅସହାୟ ବିଧବା ମହିଳାଙ୍କୁ ବିଦ୍ୟୁତ ବିଭାଗ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଆଜି ଡହଡ଼ହ ଖରାରେ ଧାରଣାରେ ବସିଛନ୍ତି ୮୬ ବର୍ଷୀୟ ବୃଦ୍ଧା ।






