AK ସହରର ପୁରୁଣା ଏଚପି ପେଟ୍ରୋଲ ପମ୍ପ ପ୍ରାୟ ମାସେ ହେବ ବନ୍ଦ ପଡ଼ିଛି। ଏହା ଆଉ ଖୋଲିବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଇଣ୍ଡିଆନ ଅଏଲ୍ ପମ୍ପରେ ମଧ୍ୟ ସମାନ ଅବସ୍ଥା । କେତେବେଳେ ତେଲ ଆସୁଛି ତ କେତେବେଳେ ଷ୍ଟକ୍ ସରିଯାଉଛି । ଭାରତ ପେଟ୍ରୋଲ ପମ୍ପରେ ମଧ୍ୟ ଗ୍ରାହକଙ୍କୁ ନିରାଶ ହେବାକୁ ପଡ଼ୁଛି । ତେଲ ପାଇଁ ଗୋଟିଏ ପମ୍ପରୁ ଅନ୍ୟ ପମ୍ପକୁ ଗାଡ଼ି ଠେଲି ଠେଲି ଯାଉଛନ୍ତି ଲୋକେ । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଏବେ ସିଧାସଳଖ ରୋଷେଇ ଘରୁ ଆରମ୍ଭ କରି ଗାଡ଼ିର ଟାଙ୍କି ପର୍ୟ୍ୟନ୍ତ ପହଞ୍ଚିଲାଣି । ଗ୍ୟାସ ଦର ଓ ଅଭାବ ପରେ ଏବେ ଦେଖାଦେଇଛି ପେଟ୍ରୋଲ ଡିଜେଲ ସଙ୍କଟ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରେ ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ପମ୍ପ ବନ୍ଦ ତ କେଉଁଠି ତେଲ ପାଇଁ ଲମ୍ବା ଲାଇନ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରେ ଏବେ ତେଲ ବିନା ଅଟକି ଯାଇଛି ଗାଡ଼ିର ଚକ । ସହରରେ ଥିବା ୩ଟି ପେଟ୍ରୋଲ ପମ୍ପରେ ଏବେ ଆବଶ୍ୟକ ଅନୁଯାୟୀ ମିଳୁନି ପେଟ୍ରୋଲ ଓ ଡିଜେଲ । ସହରର ପୁରୁଣା ଏଚପି ପେଟ୍ରୋଲ ପମ୍ପ ପ୍ରାୟ ମାସେ ହେବ ବନ୍ଦ ପଡ଼ିଛି। ଏହା ଆଉ ଖୋଲିବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଇଣ୍ଡିଆନ ଅଏଲ୍ ପମ୍ପରେ ମଧ୍ୟ ସମାନ ଅବସ୍ଥା । କେତେବେଳେ ତେଲ ଆସୁଛି ତ କେତେବେଳେ ଷ୍ଟକ୍ ସରିଯାଉଛି । ଭାରତ ପେଟ୍ରୋଲ ପମ୍ପରେ ମଧ୍ୟ ଗ୍ରାହକଙ୍କୁ ନିରାଶ ହେବାକୁ ପଡ଼ୁଛି। ତେଲ ପାଇଁ ଗୋଟିଏ ପମ୍ପରୁ ଅନ୍ୟ ପମ୍ପକୁ ଗାଡ଼ି ଠେଲି ଠେଲି ଯାଉଛନ୍ତି ଲୋକେ ।

ତେବେ ଏହି ସମସ୍ୟା ପଛର କାରଣ କ’ଣ? ଟାଙ୍କି ମାଲିକଙ୍କ ଅଭିଯୋଗ, ତେଲ କମ୍ପାନିମାନେ ପର୍ୟ୍ୟାପ୍ତ ପରିମାଣର ତେଲ ଯୋଗାଉନାହାନ୍ତି। ଅନେକ ସମୟରେ ତେଲ ଟ୍ରକକୁ ଫେରାଇ ଦିଆଯାଉଛି। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପାଇଁ ତେଲ ଆମଦାନୀ ବାଧାପ୍ରାପ୍ତ ହେଉଛି ବୋଲି ସନ୍ଦେହ କରାଯାଉଛି। ଫଳରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ କେବେ ସ୍ୱାଭାବିକ ହେବ ଇନ୍ଧନ ସେବା? ତେଲ କମ୍ପାନି ଓ ପ୍ରଶାସନର ସମନ୍ୱୟ ଅଭାବରୁ ସାଧାରଣ ଜନତା କାହିଁକି ବଳି ପଡ଼ିବେ? ଏହି ଗୁରୁତର ସମସ୍ୟା ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।






