AK କିନ୍ତୁ ଇରାନ ପକ୍ଷରୁ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି। ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫଙ୍କ ଅନୁଯାୟୀ, ଆମେରିକାକୁ ପରମାଣୁ ସାମଗ୍ରୀ ହସ୍ତାନ୍ତର କରିବା ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ସେ “ମିଥ୍ୟା” ବୋଲି କହିଛନ୍ତି । ଇରାନ ଓ ଆମେରିକା ମଧ୍ୟରେ ପରମାଣୁ ବୁଝାମଣାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ଥରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ନିଜର ସମୃଦ୍ଧ ୟୁରାନିୟମ୍ ଭଣ୍ଡାରକୁ ହସ୍ତାନ୍ତର କରିବାକୁ ସମ୍ମତି ପ୍ରକାଶ କରିଛି। ଇରାନ ସହିତ ଏକ ବଡ଼ ଧରଣର ଚୁକ୍ତି ହେବାକୁ ଯାଉଛି ଏବଂ ସେମାନେ ନିଜର ୟୁରାନିୟମ ଫେରାଇବାକୁ ରାଜି ହୋଇଛନ୍ତି । କିନ୍ତୁ ଇରାନ ପକ୍ଷରୁ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି। ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫଙ୍କ ଅନୁଯାୟୀ, ଆମେରିକାକୁ ପରମାଣୁ ସାମଗ୍ରୀ ହସ୍ତାନ୍ତର କରିବା ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ସେ “ମିଥ୍ୟା” ବୋଲି କହିଛନ୍ତି।

ଟ୍ରମ୍ପ୍ ହ୍ଵାଇଟ ହାଉସ ଠାରେ ସମ୍ବାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ସୂଚନା ଦେଇଥିଲେ ଯେ, ଆଗାମୀ ଚୁକ୍ତି ଅନୁଯାୟୀ ଇରାନ କେବେ ବି ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିପାରିବ ନାହିଁ ଏବଂ ଏହି କଟକଣା ସ୍ଥାୟୀ ଭାବେ ଲାଗୁ ହେବ। ଏଥିପାଇଁ ସେ ଇସଲାମାବାଦ ଯାଇ ଚୁକ୍ତି ସ୍ୱାକ୍ଷର କରିପାରନ୍ତି ବୋଲି ମଧ୍ୟ ସଙ୍କେତ ଦେଇଥିଲେ । ଅପରପକ୍ଷରେ, ଇରାନର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଯେପର୍ୟ୍ୟନ୍ତ ଆମେରିକା ଇରାନର ସମସ୍ତ ସର୍ତ୍ତ ପୂରଣ ନକରିଛି, ସେପର୍ୟ୍ୟନ୍ତ କୌଣସି ସମାଧାନ ସମ୍ଭବ ନୁହେଁ । ଗତ କିଛି ସପ୍ତାହର ସାମରିକ ଉତ୍ତେଜନା ପରେ ଉଭୟ ଦେଶ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସାର୍ବଜନୀନ ବିବୃତ୍ତି ଏବଂ ବାସ୍ତବ ସ୍ଥିତି ମଧ୍ୟରେ ଥିବା ବଡ଼ ପାର୍ଥକ୍ୟ ଏହି କୂଟନୈତିକ ପ୍ରକ୍ରିୟାକୁ ଜଟିଳ କରିଦେଇଛି ।






