AK କଟକ-ବାରବାଟୀର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ବାପା ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ଏବେ ସୋଫିଆଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ରାଜନୈତିକ କ୍ୟାରିଅର୍ ଆରମ୍ଭ ହେଉହେଉ ବିବାଦର କଳାବାଦଲ । କଟକ-ବାରବାଟୀର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ବାପା ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ଏବେ ସୋଫିଆଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । କଂଗ୍ରେସ ଟିକେଟରେ ଜିତି ବାପାଙ୍କ ଦଳୀୟ ମଞ୍ଚରେ ଭାଷଣ ଦେବାକୁ ଦଳୀୟ ଶୃଙ୍ଖଳା ଭଙ୍ଗ ବୋଲି ଦର୍ଶାଇ ସୋଫିଆଙ୍କୁ ବିଧାୟିକା ପଦରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ ।

ସୋଫିଆଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ବେଶ୍ ଲମ୍ବା । ପ୍ରଥମେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଆଉ ଏବେ ବାପା ମହମ୍ମଦ ମୋକିମଙ୍କ ଦଳ ପାଇଁ ମଞ୍ଚରେ ଚଢ଼ିବା — ସୋଫିଆ ବାରମ୍ବାର ଦଳୀୟ ଅନୁଶାସନ ଉଲ୍ଲଂଘନ କରିଥିବା କଂଗ୍ରେସ ନେତାମାନେ କହିଛନ୍ତି । ଏବେ ବାପାଙ୍କ ନୂଆ ଦଳର ମଞ୍ଚକୁ ଯାଇ ସୋଫିଆ ସିଧାସଳଖ ପ୍ରମାଣ ଦେଇଛନ୍ତି ଯେ ସେ ଆଉ କଂଗ୍ରେସ ସହ ନାହାନ୍ତି । ସମ୍ବିଧାନର ଦଶମ ଅନୁଚ୍ଛେଦ ବା ‘ଦଳବଦଳ ବିରୋଧୀ ଆଇନ’ ଅନୁସାରେ ସୋଫିଆଙ୍କ ସଭ୍ୟ ପଦ ରଦ୍ଦ କରିବାକୁ କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦୃଢ଼ ଦାବି କରିବ । ସୋଫିଆଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନ ଉଠିଲାଣି । ଜଣେ ଯୁବ ନେତ୍ରୀ ଭାବେ ତାଙ୍କର ଉଜ୍ଜ୍ୱଳ କ୍ୟାରିଅର୍ ଆରମ୍ଭ ହୋଇଥିବା ବେଳେ, ଯଦି ବାଚସ୍ପତି ସଭ୍ୟ ପଦ ରଦ୍ଦ କରନ୍ତି, ତେବେ ଏହା ତାଙ୍କ ପାଇଁ ଏକ ବଡ଼ ଧକ୍କା ହେବ । ବାପାଙ୍କ ପ୍ରତି ଭାବପ୍ରବଣତା ଓ ନୂଆ ଦଳ ପାଇଁ ସେ ନିଜର ବିଧାୟିକା ପଦକୁ ବାଜି ଲଗାଇ ଦେଇଛନ୍ତି କି ବୋଲି ସମର୍ଥକମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ଏହି ବିବାଦ ଘନେଇବା ପରେ ସୋଫିଆ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେହେତୁ ସେ ଜଣେ ନିଲମ୍ବିତ ସଦସ୍ୟ, ତେଣୁ ଦଳ ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡାକୁନାହିଁ । ବାପାଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଜନତା କଂଗ୍ରେସ ମଞ୍ଚକୁ ଅତିଥି ଭାବେ ଯାଇଥିଲେ । ଓଲଟା ପିସିସି ସଭାପତିଙ୍କୁ ଆକ୍ଷେପ କରି ସେ କହିଛନ୍ତି ଯେ ନିକଟରେ କଟକର ଏକ ସଭାରେ ସଭାପତି ମଧ୍ୟ ଅନ୍ୟ ଦଳର ନେତାଙ୍କ ସହ ମଞ୍ଚ ସେୟାର କରିଥିଲେ । ସମୟ ଆସିଲେ ସେ ବଡ଼ ନିଷ୍ପତ୍ତି ନେବେ ବୋଲି ମଧ୍ୟ ସଂକେତ ଦେଇଛନ୍ତି ।କଂଗ୍ରେସର ବରିଷ୍ଠ ନେତାମାନେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। ସୋଫିଆଙ୍କ ଏହି ‘ଦୁଇଟି ଡଙ୍ଗାରେ ଗୋଡ଼’ ପକାଇବା ରଣନୀତି ତାଙ୍କ କ୍ୟାରିଅର୍କୁ କେଉଁ ମୋଡ଼କୁ ନେଉଛି, ତାହା ଏବେ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । କ’ଣ ସୋଫିଆ ନିଜ ବିଧାୟିକା ପଦ ବଞ୍ଚାଇ ପାରିବେ, ନା ବାପାଙ୍କ ନୂଆ ରାଜନୈତିକ ପରୀକ୍ଷାଗାରର ପ୍ରଥମ ଶିକାର ହେବେ ?






