AK ପ୍ରେମିକଙ୍କ ନିର୍ଯାତନା ସହି ନପାରି ଛାତ୍ରୀଙ୍କ ଆତ୍ମହତ୍ୟା । ଜଣେ କଲେଜ ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । କୋରାପୁଟ ଜିଲ୍ଲାରୁ ଏଭଳି ଖବର ଆସିଛି । ଏନେଇ ପରିବାର ଲୋକେ ନ୍ୟାୟ ପାଇଁ କୋରାପୁଟ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ପ୍ରେମିକଙ୍କ ନିର୍ଯାତନା ସହି ନପାରି ଛାତ୍ରୀଙ୍କ ଆତ୍ମହତ୍ୟା । ଜଣେ କଲେଜ ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । କୋରାପୁଟ ଜିଲ୍ଲାରୁ ଏଭଳି ଖବର ଆସିଛି । ଏନେଇ ପରିବାର ଲୋକେ ନ୍ୟାୟ ପାଇଁ କୋରାପୁଟ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, ଗାୟତ୍ରୀ ଖେମୁଣ୍ଡୁ ସୁନାପୁରରେ ଜେଜେମାଙ୍କ ଘରେ ରହି ସେମିଳିଗୁଡ଼ା କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ଦାମନଯୋଡ଼ି ମାଥାଲପୁଟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଭଲ ପାଉଥିଲେ ।
କଲେଜ ଯିବା ଉଭୟ ମିଳାମିଶା କରୁଥିଲେ । ସେ ଛାତ୍ରୀଙ୍କୁ ଏକ ମୋବାଇଲ ମଧ୍ୟ ଦେଇଥିବା କୁହାଯାଉଛି । କିଛି ଦିନ ଧରି ଦୁହେଁଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ଯୁବକ ଜଣଙ୍କ ଛାତ୍ରୀ ରହୁଥିବା ଜେଜେମାଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଛାତ୍ରୀଙ୍କ ବାପା କୋରାପୁଟକୁ ମୋବାଇଲ ସଜାଡ଼ିବାକୁ ଆସିଥିବା ବେଳେ, ଝିଅ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।






