AK ଆଜି ଠାରୁ ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇ ୧୦ ତାରିଖ ଦିନ ଶେଷ ହେବ। ପୁଲିସ ପକ୍ଷରୁ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇ ୧୦ ତାରିଖ ଦିନ ଶେଷ ହେବ। ପୁଲିସ ପକ୍ଷରୁ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୌବିହାର କଲେ ମଦନମୋହନ: ମଣି ବିମାନେ ଗୋବିନ୍ଦ, ୨୧ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପନ୍ନ କରିବାକୁ ଏସ୍ପି ଶ୍ରୀ ସିଂ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ୨୧ ଦିନିଆ ଚନ୍ଦନଯାତ୍ରା ପାଇଁ ପୁଷ୍କରିଣୀରେ ଦମକଳ ବାହିନୀ ସମେତ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି।

ପୁଷ୍କରିଣୀ ଓ ଏହାର ଚାରିକଡ଼ରେ ଥିବା ରାସ୍ତାମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବ୍ୟବସ୍ଥା କରାଯାଉଛି। ଏଥି ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଆଲୋକ ବ୍ୟବସ୍ଥା କରାଯିବ। ଚନ୍ଦନଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀର ଚାରିକଡ଼ରେ ଥିବା ରାସ୍ତାରେ କୌଣସି ଗାଡ଼ି ଚଳାଚଳ କରିବନାହିଁ। ଅନ୍ୟ ବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରବଳ ଭିଡ଼ ରହିବ। ସେଥିପାଇଁ ଏଠାରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଉଛି।
ଚନ୍ଦନ ଯାତ୍ରାରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଭଉଁରି ଖେଳିଲେ, ଚନ୍ଦନ ପାଣିରେ ବୁଡ଼ିଲେ ଭିଡ଼ ମଧ୍ୟରେ ଅପରାଧୀମାନେ ଆପରାଧିକ କାର୍ଯ୍ୟକଳାପର ଯୋଜନା ରଖୁଥିବାରୁ ସାଦା ପୋଷାକଧାରୀ ପୁଲିସ ମୁତୟନ କରାଯାଉଛି। ଏଠାରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡ଼ିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ୨୦ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ୫୮ଜଣ ହୋମଗାର୍ଡ ଉପସ୍ଥିତ ରହିବେ। ତେବେ ଚଳିତ ବର୍ଷ ନରେନ୍ଦ୍ରକୋଣରେ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳଟି ସିସିଟିଭି ବଳୟ ମଧ୍ୟରେ ରହିବ। ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଇତ୍ୟାଦିର ସୁବ୍ୟବସ୍ଥା କରିବାକୁ ଏସ୍ପି ଶ୍ରୀ ସିଂ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ସିଟି ଡିଏସ୍ପି ରଶ୍ମିରଞ୍ଜନ ମହାପାତ୍ର, କୁମ୍ଭାରପଡ଼ା ଥାନା ଆଇଆଇସି ବିଜୟ କେତନ ବେହେରା, ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ଟ୍ରାଫିକ ଥାନା ଆଇଆଇସି ସଂଗୀତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।






