AK ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ଶାନ୍ତ ହେବା ସହିତ ଇସଲାମାବାଦରେ ପୁଣି ଥରେ କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ଏକ ଆମେରିକୀୟ ପ୍ରତିନିଧି ଦଳ ସୋମବାର ପାକିସ୍ତାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ଏକ ଆମେରିକୀୟ ପ୍ରତିନିଧି ଦଳ ସୋମବାର ପାକିସ୍ତାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ହ୍ୱାଇଟ୍ ହାଉସ୍ ନିଶ୍ଚିତ କରିଛି ଯେ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର ଏହି ଗସ୍ତରେ ରହିବେ। ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଅଂଶଗ୍ରହଣର ସ୍ଥିତି ଅସ୍ପଷ୍ଟ ରହିଛି। ଏହି ସମୟରେ ଇରାନ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଆଲୋଚନାରେ ଅଂଶଗ୍ରହଣ କରିବାକୁ ମନା କରିଛି।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଏହି ଅଞ୍ଚଳର ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା ହୋଇଛି। ଶାହବାଜ ସରିଫ ସାଉଦି ଆରବ, କତାର ଏବଂ ତୁର୍କୀର ନେତାମାନଙ୍କ ସହ ତାଙ୍କର ସାମ୍ପ୍ରତିକ ଆଲୋଚନା ବିଷୟରେ ମଧ୍ୟ ଇରାନ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଏହି ଆଲୋଚନାର ଲକ୍ଷ୍ୟ ଥିଲା ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଏକ ପଥ ଖୋଜିବା।






