AK ବାଇକ ରାଲି ଉପରେ ସଂପୂର୍ଣ୍ଣ ବ୍ୟାନ ଲାଗିଥିବା ବେଳେ ରାତ୍ର କାଳନ ଯାତାୟାତ ଉପରେ ରୋକ ଲାଗିଛି । ସେହିପରି ବାଇକରେ ଦୁଇ ଜଣ ବସିବା ନିୟମକୁ ବି ସୀମିତ କରାଯାଇଛି । ରାଜ୍ୟରେ ମୁକ୍ତ, ଅବାଧ ଓ ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବାଇକ ଚଳାଚଳ ଉପରେ କଟକଣା ଲଗାଇଥିବା କହିଛନ୍ତି । ବଡ଼ କଟକଣା ଲାଗୁ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ହେବ । ଏହାପୂର୍ବରୁ ନିର୍ବାଚନ କମିଶନ ବେଙ୍ଗଲରେ ବାଇକ ଚଳାଚଳା ଉପରେ କଟକଣା ଲଗାଇଛନ୍ତି । ବାଇକ ରାଲି ଉପରେ ସଂପୂର୍ଣ୍ଣ ବ୍ୟାନ ଲାଗିଥିବା ବେଳେ ରାତ୍ର କାଳନ ଯାତାୟାତ ଉପରେ ରୋକ ଲାଗିଛି । ସେହିପରି ବାଇକରେ ଦୁଇ ଜଣ ବସିବା ନିୟମକୁ ବି ସୀମିତ କରାଯାଇଛି । ରାଜ୍ୟରେ ମୁକ୍ତ, ଅବାଧ ଓ ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବାଇକ ଚଳାଚଳ ଉପରେ କଟକଣା ଲଗାଇଥିବା କହିଛନ୍ତି ।

ମଙ୍ଗଳବାର ଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି । ଏହାର ଅର୍ଥ ଭୋଟିଂର ଦୁଇ ଦିନ ପୂର୍ବରୁ ବେଙ୍ଗଲ କଟକଣା ମଧ୍ୟରେ ପ୍ରବେଶ କରିଛି। ଏପ୍ରିଲ ୨୩ରେ ହେବାକୁ ଥିବା ୧୫୨ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ନିର୍ଦ୍ଦେଶ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ ରାସ୍ତାରେ କୌଣସି ବାଇକ କିମ୍ବା ସ୍କୁଟି ଚଳାଚଳ କରିପାରିବ ନାହିଁ। କେବଳ ମେଡିକାଲ ଆବଶ୍ୟକତା କିମ୍ବା ପାରିବାରିକ କାର୍ଯ୍ୟକ୍ରମ ପାଇଁ ବାଇକ ଚଳାଚଳକୁ ସନ୍ଧ୍ୟା ୬ରୁ ସକାଳ ୬ ମଧ୍ୟରେ ଅନୁମତି ମିଳିବ। ନିର୍ବାଚନ ପ୍ରକ୍ରିୟାରେ ବିଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ସମସ୍ତ ପ୍ରକାରର ବାଇକ ରାଲି ଉପରେ ରୋକ ଲାଗିଛି ।
ଏହାବାଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଅର୍ଥାତ ଦିନ ବେଳା ବାଇକରେ ଦୁଇ ଜଣ ବସି ଯାତ୍ରା କରିପାରିବେ ନାହିଁ । କେବଳ ଜରୁରୀ ଆବଶ୍ୟକତା ସମୟରେ ବାଇକରେ ଦୁଇ ଜଣ ବସି ଯାତ୍ରା କରିପାରିବେ ବୋଲି କମିଶନଙ୍କ ବିଜ୍ଞପ୍ତିରେ କୁହାଯାଇଛି। ଭୋଟିଂ ଦିନ ବାଇକ ଯାତ୍ରା ଉପରେ ସୀମିତ କୋହଳ ନୀତି ଆପଣା ଯାଇଛି। ଭୋଟିଂ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ପରିବାରର ସଦସ୍ୟମାନେ ଏକାଠି ବାଇକରେ ଯାତ୍ରା କରିପାରିବେ । ଅନ୍ୟ ଏମର୍ଜେନ୍ସି ପାଇଁ ମଧ୍ୟ ପିଲନ ରାଇଡର୍ସଙ୍କୁ ଅନୁମତି ମିଳିବ । ସମସ୍ତ ପ୍ରକାର ଭୟର ବାତାବରଣକୁ ଦୂର କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଯେଉଁ ବ୍ୟକ୍ତିବିଶେଷ କଟକଣାରୁ ମୁକ୍ତ ରହିବାକୁ ଚାହୁଁଛନ୍ତି, ସେମାନଙ୍କୁ ସ୍ଥାନୀୟ ପୁଲିସ୍ ଷ୍ଟେସନରୁ ଲିଖିତ ଅନୁମତି ଆଣିବାକୁ ପଡ଼ିବ ବୋଲି କହିଛନ୍ତି ନିର୍ବାଚନ କମିଶନ।






