AK ଘଟଣା ପରେ, ସମଗ୍ର ଅଞ୍ଚଳରେ ନିଆଁ ଏବଂ ଘନଧୂଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୪୦ ଜଣ ଥିଲେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । କେରଳର ତ୍ରିସୁର ଜିଲ୍ଲାରେ ଏକ ବିସ୍ଫୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ବାଣ ସାମଗ୍ରୀ ପ୍ରସ୍ତୁତ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଅନେକ ଦୂର ପର୍ୟ୍ୟନ୍ତ ଶୁଣାଯାଇଥିଲା । ଆଖପାଖର ବାସିନ୍ଦାମାନେ ପ୍ରଥମେ ଏହାକୁ ଭୂମିକମ୍ପ ବୋଲି ଭାବି ନେଇଥିଲେ। ଘଟଣା ପରେ, ସମଗ୍ର ଅଞ୍ଚଳରେ ନିଆଁ ଏବଂ ଘନଧୂଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୪୦ ଜଣ ଥିଲେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ସେହିଭଳି ଦିନକ ତଳେ ତାମିଲନାଡ଼ୁରେ ବାଣ କାରଖାନାରେ ବିସ୍ଫୋରଣ ଘଟି ୨୦ ଜୀବନ ଯାଇଥିଲା । ତାମିଲନାଡୁର ବିରୁଧନଗର ଜିଲ୍ଲାର କଟ୍ଟନାରପଟ୍ଟୀରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ, ୬ ଜଣ ଗୁରୁତର । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଖବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କାରଖାନାରେ ଲାଗିଥିବା ନିଆଁକୁ ସେମାନେ ଲିଭାଇଥିଲେ । ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଘଟଣା ସମୟରେ କାରଖାନାରେ ପ୍ରାୟ ୩୦ ଜଣ କର୍ମଚାରୀ କାମ କରୁଥିଲେ ।






