AK ଅତ୍ୟଧିକ ଖରା ହେଉଥିବା କାରଣରୁ ଭାରି ଚିଡ଼ଚିଡ଼ା ଅନୁଭବ ହୋଇଥାଏ । ମନ ସବୁବେଳେ ଥଣ୍ଡା ପବନ ଖୋଜୁଥାଏ । ହେଲେ ଆମେ ଆମ ଘରେ ରଖିଥିବା କୁଲରରୁ ଯଦି ଗରମ ପବନ ବାହାରେ ତେବେ ବିରକ୍ତିପଣ ଆହୁରି ଅଧିକ ବଢ଼ିଯାଇଥାଏ । କାମ କରିବାକୁ ଇଚ୍ଛା ହୁଏନାହିଁ । ତାହାରି ଭିତରେ ଏମିତି ଏକ ଟିପ୍ସ ଅଛି ଯଦି ଆପଣ ଘରୋଇ ଉପଚାର ଆପଣେଇବେ ତେବେ ଆପଣଙ୍କ କୁଲର ବି ମାତ୍ର ପାଞ୍ଚ ମିନିଟରେ ଏସି ଭଳି କାମ କରିବ । ଅତ୍ୟଧିକ ଖରା ହେଉଥିବା କାରଣରୁ ଭାରି ଚିଡ଼ଚିଡ଼ା ଅନୁଭବ ହୋଇଥାଏ । ମନ ସବୁବେଳେ ଥଣ୍ଡା ପବନ ଖୋଜୁଥାଏ । ହେଲେ ଆମେ ଆମ ଘରେ ରଖିଥିବା କୁଲରରୁ ଯଦି ଗରମ ପବନ ବାହାରେ ତେବେ ବିରକ୍ତିପଣ ଆହୁରି ଅଧିକ ବଢ଼ିଯାଇଥାଏ । କାମ କରିବାକୁ ଇଚ୍ଛା ହୁଏନାହିଁ । ତାହାରି ଭିତରେ ଏମିତି ଏକ ଟିପ୍ସ ଅଛି ଯଦି ଆପଣ ଘରୋଇ ଉପଚାର ଆପଣେଇବେ ତେବେ ଆପଣଙ୍କ କୁଲର ବି ମାତ୍ର ପାଞ୍ଚ ମିନିଟରେ ଏସି ଭଳି କାମ କରିବ । ସାଧାରଣତଃ ଆମେ ଖରାଦିନେ ଘରର କୋଣ ଅନୁକୋଣକୁ ଥଣ୍ଡା ରଖିବାକୁ ଚାହିଁଥାଉ ।

ଯାହା ଆମକୁ ଅଧିକ ଶାନ୍ତି ଲାଗିଥାଏ । ବିରକ୍ତିଭାବ ମଧ୍ୟ କମିଥାଏ । ଯାହା ପାଇଁ ଆମେ ଘରର କୋଣ ଅନୁକୋଣକୁ ଥଣ୍ଡା କରିବା ପାଇଁ ଲାଗି ପଡ଼ିଥାଉ । ଅଧିକାଂଶ ଲୋକେ ତାଙ୍କ ଘରେ ଏସି ଅପେକ୍ଷା କୁଲର୍ ଲଗାଇଥାଆନ୍ତି । ହେଲେ କୁଲରରୁ ଯେତେବେଳେ ଗରମ ପବନ ବାହାରିଥାଏ ଆମକୁ ଭଲ ଲାଗିନଥାଏ । ଯାହା ଆମକୁ ଅତ୍ୟଧିକ କଷ୍ଟ ଦେଇଥାଏ । ଆପଣାନ୍ତୁ 5 ଟଙ୍କାର ଟିପ୍ସ ଖରା ଗରମରେ ଯେତେବେଳେ ଆପଣ ଆପଣଙ୍କ ଘରକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି ତେବେ କୁଲରକୁ ଥଣ୍ଡା ରଖିବା ପାଇଁ ଲୁଣ ଏବଂ ବରଫର ବ୍ୟବହାର କରନ୍ତୁ । ଏହି ଘରୋଇ ଉପଚାର କେବଳ ଶସ୍ତା ନୁହେଁ ବରଂ ସହଜ ଅଟେ । ଏହା କରିବା ଦ୍ବାରା କୁଲର ଲମ୍ବା ସମୟ ପର୍ଯ୍ୟନ୍ତ ଥଣ୍ଡା ରହେ । ଶୀଘ୍ର ଗରମ ଅନୁଭବ ହୁଏ ନାହିଁ । ଏହିଥିରେ ପାଣିର ତାପମାତ୍ରା ଶୀଘ୍ର ବଢ଼ି ନଥାଏ । ଏହା ପରେ କୁଲରରୁ ଆସୁଥିବା ପବନ ଥଣ୍ଡା ଅନୂଭୂତ ହୋଇଥାଏ ।
କୁଲରର ପାଣିରେ ବରଫ ପକାନ୍ତୁ । ଏଥିରେ ଅଳ୍ପ ଲୁଣ ପକାନ୍ତୁ । ଆପଣ ଏହା କରିବା ପାଇଁ 5 ଟଙ୍କିଆ ଲୁଣ ପ୍ୟାକେଟ୍ ବି ନେଇ ପାରିବେ । ଯଦି ଆପଣ ଚାହିଁବେ ଲୁଣ ପାଣି ମଧ୍ୟ ଫ୍ରିଜରେ ରଖି ପକାଇପାରିବେ । ମନେରଖନ୍ତୁ ବନ୍ଦ ଘରେ କୁଲର ଠିକଭାବେ କାମ କରେ ନାହିଁ । ସେଥିପାଇଁ ଗୋଟେ ପଟ ଝରକା ଖୋଲା ରଖନ୍ତୁ ଯାହାଫଳରେ ପବନ ଯିବା ଆସିବାରେ ସହାୟକ ହୋଇପାରିବ । ରୁମ୍ ଆହୁରି ଥଣ୍ଡା ରହିବ । ନହେଲେ କୁଲରକୁ ଝରକା ପାଖରେ ରଖନ୍ତୁ । ଏହା କଲେ ଥଣ୍ଡା ପବନ ପୁରା ରୁମ୍ ସାରା ଖେଳିଯିବ । ଆପଣ ମଧ୍ୟ ଥଣ୍ଡା ଅନୁଭବ କରିବେ ।






