AK ବ୍ରିଟେନର ରକ୍ଷା ମନ୍ତ୍ରୀ ଜନ୍ ହିଲି କହିଛନ୍ତି କି, ଲଣ୍ଡନରେ ହେବାକୁ ଥିବା ବୈଠକର ମୁଖ୍ୟ ଉର୍ଦ୍ଦେଶ୍ୟ ରହିଚି କି, କୂଟନୀତି ସହମତିକୁ କାର୍ଯ୍ୟକାରୀ କରିବା ଆମର ଲକ୍ଷ୍ୟ । ଫଳରେ ହର୍ମୁଜରେ ନେବିଗେସନର ସ୍ୱତନ୍ତ୍ରତା ସୁନିଶ୍ଚିତ ହେବ ଓ ସ୍ଥାୟୀ ଯୁଦ୍ଧ ବିରତିକୁ ସମର୍ଥନ ମିଳିବ । ଅଧିକାରୀଙ୍କ କହିବା ମୁତାବକ ଏହି ବୈଠକରେ ସେନା ଶକ୍ତି, କମାଣ୍ଡ, ନିୟନ୍ତ୍ରଣ ଭିତ୍ତିଭୂମି ଓ କ୍ଷେତ୍ର ସୈନିକଙ୍କ ନିଯୁକ୍ତି ନେଇ ସମ୍ଭାବିତ ରଣନୀତି ପ୍ରସ୍ତୁତ କରାଯିବା ଉପରେ ଚର୍ଚ୍ଚା ହେବ । ଷ୍ଟେଟ୍ ଅଫ୍ ହର୍ମୁଜକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଆମେରିକା ନୌସେନାର ନାକାବନ୍ଦୀ ପରେ ବି ଇରାନ ପୁଣିଥରେ ହର୍ମୁଜ ରାସ୍ତା ବନ୍ଦ କରିଛି । ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଅନେକ ଦେଶରେ ଶକ୍ତି ସଂକଟ ଦେଖାଦେଇଛି । ଏହି ରାସ୍ତାକୁ ଖୋଲିବା ପାଇଁ ଏବେ ୩୦ ରୁ ଅଧିକ ଦେଶ ଏକାଠି ହୋଇଛନ୍ତି ।

ପୁଣି ଥରେ ଜାହାଜ ଯାତାୟାତ କରିବା ଆରମ୍ଭ କରିବାକୁ ବୁଧବାର ଦିନ ୩୦ ରୁ ଅଧିକ ଦେଶର ସେନା ଯୋଜନାକାରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଯାଉଛନ୍ତି । ବ୍ରିଟେନ ରକ୍ଷାମନ୍ତ୍ରଣାଳୟର ନିମନ୍ତ୍ରଣରେ ଏହି ବୈଠକର ଆୟୋଜନ କରାଯାଇଛି । ଯାହାର ଉର୍ଦ୍ଦେଶ୍ୟ ରହିଛି ମଜବୁତ ସେନା ରଣନୀତି କରାଯିବ, ଫଳରେ ଯୁଦ୍ଧ ସାମାନ୍ୟ ହେବା ପରେ ସୁମୁଦ୍ର ପଥକୁ ସୁରକ୍ଷିତ କରାଯିବ । ବ୍ରିଟେନର ରକ୍ଷା ମନ୍ତ୍ରୀ ଜନ୍ ହିଲି କହିଛନ୍ତି କି, ଲଣ୍ଡନରେ ହେବାକୁ ଥିବା ବୈଠକର ମୁଖ୍ୟ ଉର୍ଦ୍ଦେଶ୍ୟ ରହିଚି କି, କୂଟନୀତି ସହମତିକୁ କାର୍ଯ୍ୟକାରୀ କରିବା ଆମର ଲକ୍ଷ୍ୟ । ଫଳରେ ହର୍ମୁଜରେ ନେବିଗେସନର ସ୍ୱତନ୍ତ୍ରତା ସୁନିଶ୍ଚିତ ହେବ ଓ ସ୍ଥାୟୀ ଯୁଦ୍ଧ ବିରତିକୁ ସମର୍ଥନ ମିଳିବ । ଅଧିକାରୀଙ୍କ କହିବା ମୁତାବକ ଏହି ବୈଠକରେ ସେନା ଶକ୍ତି, କମାଣ୍ଡ, ନିୟନ୍ତ୍ରଣ ଭିତ୍ତିଭୂମି ଓ କ୍ଷେତ୍ର ସୈନିକଙ୍କ ନିଯୁକ୍ତି ନେଇ ସମ୍ଭାବିତ ରଣନୀତି ପ୍ରସ୍ତୁତ କରାଯିବା ଉପରେ ଚର୍ଚ୍ଚା ହେବ ।
୩୦ ଦେଶରୁ କେଉଁମାନେ ଯୋଗ ଦେବେ ତାଙ୍କ ନାମ ସାର୍ବଜନୀନ କରାଯାଇନାହିଁ । ହେଲେ ସମ୍ଭାବିତ ତାଲିକାରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱ, ଫିନଲ୍ୟାଣ୍ଡ, ଡେନମାର୍କ, ପୋଲାଣ୍ଡ, ବେଲଜିୟମ, ଜାପାନ, ଦକ୍ଷିଣକୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ବେହରିନ, ସଂଯୁକ୍ତ ଆରବ ଏମିରଟ, କାନାଡ଼ା ଦେଶ ବି ସାମିଲ ହୋଇପାରେ । ଭାରତ ଓ ପାକିସ୍ତାନ ଏହି ବୈଠକରେ ସାମିଲ ହେବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।






