AK ଏହି କ୍ଲିନିକରେ ସ୍ନାୟୁରୋଗ, ହୃଦ୍ରୋଗ, ପେଟ ଓ ଯକୃତ ରୋଗ, ଶିଶୁ ରୋଗ, କର୍କଟ ରୋଗ, ଅସ୍ଥିଶଲ୍ୟ ଓ ମେରୁଦଣ୍ଡ ସର୍ଜରୀ, ସାଧାରଣ ଅସ୍ତ୍ରୋପଚାର, ସ୍ତ୍ରୀ ଓ ପ୍ରସୂତି ରୋଗ, ଇଏନଟି, ଏଣ୍ଡୋକ୍ରିନୋଲୋଜି ଏବଂ ଭ୍ରୂଣ ଚିକିତ୍ସା ଭଳି ୧୦ରୁ ଅଧିକ ବିଶେଷ ବିଭାଗରେ ୩୦ରୁ ଅଧିକ ଅଭିଜ୍ଞ ଡାକ୍ତର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଦେବେ । ଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ କଟକ ଠାରେ ମଣିପାଲ ହସ୍ପିଟାଲର ଏକ ଉନ୍ନତମାନର କ୍ଲିନିକ୍ ଉଦ୍ଘାଟନ କରାଯାଇଛି। ଯାହା ଫଳରେ କଟକ ଓ ଏହାର ଆଖପାଖ ଜିଲ୍ଲାର ଲୋକଙ୍କୁ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଆଉ ଦୂରକୁ ଯିବାକୁ ପଡ଼ିବ ନାହିଁ ଏବଂ ସଠିକ୍ ସମୟରେ ଉତ୍ତମ ଚିକିତ୍ସା ସୁବିଧା ସେମାନେ କଟକରେ ପାଇପାରିବେ ।

କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ଲିନିକକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମଣିପାଲ ହସ୍ପିଟାଲ୍ର କ୍ଲଷ୍ଟର ଡାଇରେକ୍ଟର (ଦକ୍ଷିଣ-ପୂର୍ବ) ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ଥିଲେ । କଟକ ସିଡିଏ ସେକ୍ଟର-୯ ଠାରେ ଅବସ୍ଥିତ ଏହି କ୍ଲିନିକକୁ ଅତ୍ୟାଧୁନିକ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଏଠାରେ ସାଧାରଣ ଜନତା ମଣିପାଲ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ , ରୋଗ ପ୍ରତିରୋଧକ ସ୍ୱାସ୍ଥ୍ୟସେବା , ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା ଉପଲବ୍ଧ । ଏହା ସହିତ ଭୁବନେଶ୍ୱର ସ୍ଥିତ ମଣିପାଲ ହସ୍ପିଟାଲ୍ ସହ ସିଧାସଳଖ ସମନ୍ୱୟ ରଖାଯାଇ ଜଟିଳ ରୋଗର ପାଇଁ ଚିକିତ୍ସା ପାଇଁ ସୁବିଧା ଯୋଗାଇ ଦିଆଯିବ। ସୋମବାରରୁ ଶନିବାର, ସକାଳ ୮ଟାରୁ ରାତି ୮ଟା ପର୍ୟ୍ୟନ୍ତ ଏହି କ୍ଲିନିକ୍ ଖୋଲା ରହିବ ।
ଏହି କ୍ଲିନିକରେ ସ୍ନାୟୁରୋଗ, ହୃଦ୍ରୋଗ, ପେଟ ଓ ଯକୃତ ରୋଗ, ଶିଶୁ ରୋଗ, କର୍କଟ ରୋଗ, ଅସ୍ଥିଶଲ୍ୟ ଓ ମେରୁଦଣ୍ଡ ସର୍ଜରୀ, ସାଧାରଣ ଅସ୍ତ୍ରୋପଚାର, ସ୍ତ୍ରୀ ଓ ପ୍ରସୂତି ରୋଗ, ଇଏନଟି, ଏଣ୍ଡୋକ୍ରିନୋଲୋଜି ଏବଂ ଭ୍ରୂଣ ଚିକିତ୍ସା ଭଳି ୧୦ରୁ ଅଧିକ ବିଶେଷ ବିଭାଗରେ ୩୦ରୁ ଅଧିକ ଅଭିଜ୍ଞ ଡାକ୍ତର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଦେବେ ।
ଏହି ଅବସରରେ କଟକ ଜିଲ୍ଲାପାଳ ଶ୍ରୀ ଦର୍ତ୍ତାତ୍ରୟ ଭାଉସାହେବ ସିନ୍ଧେ କହିଲେ, “କଟକ ଠାରେ ମଣିପାଲ କ୍ଲିନିକ୍ର ଶୁଭାରମ୍ଭ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଘର ନିକଟରେ ଉନ୍ନତ ଚିକିତ୍ସା ଓ ପରାମର୍ଶ ପାଇପାରିବେ ।” ଏହା ସହିତ, ଏହି କ୍ଲିନିକ୍ରେ ବିଭିନ୍ନ ବିଶେଷଜ୍ଞ ବିଭାଗର ସେବା ଉପଲବ୍ଧ ରହିବ, ଯାହା ରୋଗୀମାନଙ୍କୁ ଏକେ ସ୍ଥାନରେ ସମ୍ପୂର୍ଣ୍ଣ ଚିକିତ୍ସା ସହଯୋଗ ପ୍ରଦାନ କରିବ। ଆଧୁନିକ ପରୀକ୍ଷା ସୁବିଧା ଓ ଅଭିଜ୍ଞ ଡାକ୍ତରମାନଙ୍କ ନିୟମିତ ଉପସ୍ଥିତି ଏହି କ୍ଲିନିକ୍କୁ ଆହୁରି ବିଶ୍ୱସନୀୟ କରିଛି ।
ସେହିପରି ମଣିପାଲ ହସ୍ପିଟାଲ୍ର କ୍ଲଷ୍ଟର ଡାଇରେକ୍ଟର (ଦକ୍ଷିଣ-ପୂର୍ବ) ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବାକୁ ସାଧାରଣ ଜନତାଙ୍କ ନିକଟତର କରିବା ଆମର ଲକ୍ଷ୍ୟ। କଟକର ଏହି କ୍ଲିନିକ୍ କେବଳ ଚିକିତ୍ସା ନୁହେଁ, ବରଂ ରୋଗୀଙ୍କୁ ଉତ୍ତମ ସେବା ଓ ଭରସା ଯୋଗାଇଦେବ ।” ମଣିପାଲ କ୍ଲିନିକ୍ସର ଶୁଭାରମ୍ଭ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଯୋଗାଣକୁ ସୁଦୃଢ଼ କରିବା ପାଇଁ ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି—ଯାହା ଦୈନନ୍ଦିନ ଚିକିତ୍ସାକୁ ସରଳ, ପରବର୍ତ୍ତୀ ପରାମର୍ଶ କୁ ସହଜ ଏବଂ ଗୁଣାତ୍ମକ ଚିକିତ୍ସାକୁ ଅଧିକ ସୁଲଭ କରିବ । ଏହି ପଦକ୍ଷେପ ଦ୍ୱାରା ସ୍ୱାସ୍ଥ୍ୟ ସେବାର ଗୁଣମାନ ବୃଦ୍ଧି ପାଇବା ସହିତ, ସମୟୋପଯୋଗୀ ଚିକିତ୍ସା ଲଭ୍ୟ ହେବାରୁ ରୋଗୀମାନଙ୍କ ଜୀବନ ରକ୍ଷାରେ ମଧ୍ୟ ଏକ ନୂତନ ଆଶା ସୃଷ୍ଟି ହେବ ।






