AK ବଲିଉଡ଼ରେ ଏବେ ‘ରାମାୟଣ’କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଏହା କେବଳ ଏକ ଫିଲ୍ମ ନୁହେଁ ବରଂ ଭାରତୀୟ ସିନେମାର ସବୁଠାରୁ ବଡ଼ ପ୍ରୋଜେକ୍ଟସରୁ ଗୋଟିଏ କୁହାଯାଉଛି । ପ୍ରାୟ ୪ହଜାର କୋଟି ବଜଟେରେ ନିର୍ମାଣ ହେଉଥିବା ଏହି ଫିଲ୍ମକୁ ନେଇ ପ୍ରତ୍ୟେକ ଅପଡେଟ୍ ଚର୍ଚ୍ଚା ସାଉଣ୍ଟୁଛି । ମେକର୍ସ ପ୍ରତି ଚରିତ୍ରକୁ ନେଇ ବହୁ ସାବଧାନତା ଦେଖାଯାଉଛନ୍ତି । କାରଣ କାହାଣୀର ପ୍ରଭାବ ଏବଂ ଗଭୀରତା ଯେଭଳି ଅକ୍ଷୁର୍ଣ୍ଣ ରହିବ । ଏବେ ଫିଲ୍ମ ସହ ଯୋଡ଼ି ହୋଇଥିବା ଏକ ଏଭଳି ଖୁଲାସା ସାମ୍ନାକୁ ଆସିଛି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଭଗବାନ ରାମଙ୍କ ମା’ ଭୂମିକାକୁ ନେଇ ଯେଉଁ ନାଁ ସାମ୍ନାକୁ ଆସୁଛି ତାଙ୍କର ‘ଏନିମଲ’ ସହ ବିଶେଷ କନେକଶନ ଏହି ଖବରକୁ ଆହୁରି ଚକିତ କରି ଦେଇଛି ।

ଯେଉଁ ଅଭିନେତ୍ରୀଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଚରିତ୍ର ଲାଗି ଚୟନ କରାଯାଇଛି ସେ ହେଉଛନ୍ତି ଇନ୍ଦିରା କୃଷ୍ଣନ । ଆଶ୍ଚର୍ଯ୍ୟର କଥା ଏହା କି ନିକଟରେ ସେ ଫିଲ୍ମ ‘ଏନିମଲ’ରେ ରଣବୀର କପୁରଙ୍କ ଶାଶୁ ଭୂମିକାରେ ନଜର ଆସିଥିଲେ ଏବଂ ବର୍ତ୍ତମାନ ‘ରାମାୟଣ’ରେ ସେ ଅଭିନେତାଙ୍କ ମା’ଙ୍କ ଚରିତ୍ର ନିଭାଇବାକୁ ଯାଉଛନ୍ତି । ଏହି କନେକଶନ ଶୁଣି ଦର୍ଶକଙ୍କ ଉତ୍ସାହ ଆହୁରି ବଢି ଯାଇଛି । ସେ ନିଜ କ୍ୟାରିୟରରେ ଭିନ୍ନ ଭିନ୍ନ ଚରିତ୍ର ନିଭାଇଛନ୍ତି । ଫିଲ୍ମ ବିଷୟରେ କହିବା ତ ‘ତେରେ ନାମ’, ‘ହଲିଡେ’ ଏବଂ ‘ଏନିମଲ’ ଭଳି ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ସାରିଛନ୍ତି । ସେହିଭଳି ଟିଭି ଇଣ୍ଡଷ୍ଟ୍ରିରେ ବି ତାଙ୍କର ମଜବୁତ୍ ପକଡ଼ ରହିଛି । ତାଙ୍କ ଅଭିନୟରେ ଏକ ସରଳତା ଏବଂ ଶାନ୍ତତା ଅଛି ଯାହା ଗମ୍ଭୀର ଏବଂ ଭାବପ୍ରବଣ ଚରିତ୍ର ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ରାମଙ୍କ ମା’ଙ୍କ ଚରିତ୍ର କେବଳ ଜଣେ ମା’ ନୁହେଁ ବରଂ ଏକ ଆଦର୍ଶ ଏବଂ ସନ୍ତୁଳିତ ବ୍ୟକ୍ତିତ୍ୱର ପ୍ରତୀକ ହୋଇଥାଏ । ସୂଚନା ମୁତାବକ, ଏହି ଚରିତ୍ର ଅଧିକ ନାଟକୀୟ ହେବ ନାହିଁ ବରଂ ଏହାକୁ ଏକ ଶାନ୍ତ ଏବଂ ପ୍ରଭାବଶାଳୀ ଢଙ୍ଗରେ ଚିତ୍ରଣ କରାଯିବ । ତେଣୁ ଏହି ଭୂମିକା ପାଇଁ ଜଣେ ଅଭିନେତ୍ରୀଙ୍କୁ ବାଛିଛନ୍ତି ଯିଏ ସରଳ ଏବଂ ପ୍ରାମାଣିକ ଢଙ୍ଗରେ ଭାବନାକୁ ଚିତ୍ରଣ କରିପାରିବେ ।






