AK ଗ୍ରୀଷ୍ମର ତାତିଠୁ ବଳିଗଲା ନିର୍ବାଚନୀ ତାତି! ଉଡ଼ିଲା ଟେକାପଥର, ବୁଲିଲା ଠେଙ୍ଗା । ପୁଲିସ ଉପସ୍ଥିତିରେ ହଙ୍ଗାମା, ହାତାହାତି, ଗାଡ଼ି ଭଙ୍ଗାରୁଜା ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର । ନଓଦାରେ ମୁହାଁମୁହିଁ ହୋଇଛନ୍ତି ମମତା ଓ କବୀରଙ୍କ ସମର୍ଥକ । ଅଭିଯୋଗ ଅନୁସାରେ, ଟିଏମସି ଛାଡ଼ି ଗତବର୍ଷ ନୂଆ ଦଳ ଆମ୍ ଜନତା ଉନ୍ନୟନ ପାର୍ଟି ଗଢ଼ିଥିବା ହୁମାୟୁନ କବୀର ନିଜେ ଲଢ଼ୁଥିବା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୋଲିଂ ବୁଥ୍ ପରିଦର୍ଶନ ପାଇଁ ବାହାରିଥିଲେ ।ଇରାନ-ଆମେରିକା ଯୁଦ୍ଧ ବରଂ ବନ୍ଦ ହୋଇଯିବ, କିନ୍ତୁ ପଶ୍ଚିମବଙ୍ଗ ରେ ନିର୍ବାଚନୀ ହିଂସା କେବେ ବନ୍ଦ ହେବନି । ଏହା ଆଜି ପୁଣି ପ୍ରମାଣିତ ହୋଇଛି । ରାଜ୍ୟର ପ୍ରଥମ ପର୍ୟ୍ୟାୟ ଭୋଟିଂ ବେଳେ ଆଜି ଦେଖିବାକୁ ମିଳିଛି ଭୟଙ୍କର ଗଣ୍ଡଗୋଳ, ହିଂସାକାଣ୍ଡ । ମୁର୍ଶିଦାବାଦ, କୁମାରଗଞ୍ଜ ହେଉ ଅବା ବାର୍ଣ୍ଣପୁର । ଆକ୍ରମଣର ଶିକାର ହୋଇଛନ୍ତି ନେତା, ଦଳ ପାଇଁ ମୁହାଁମୁହିଁ ହୋଇଛନ୍ତି ଜନତା ।

ଗ୍ରୀଷ୍ମର ତାତିଠୁ ବଳିଗଲା ନିର୍ବାଚନୀ ତାତି! ଉଡ଼ିଲା ଟେକାପଥର, ବୁଲିଲା ଠେଙ୍ଗା । ପୁଲିସ ଉପସ୍ଥିତିରେ ହଙ୍ଗାମା, ହାତାହାତି, ଗାଡ଼ି ଭଙ୍ଗାରୁଜା ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର । ନଓଦାରେ ମୁହାଁମୁହିଁ ହୋଇଛନ୍ତି ମମତା ଓ କବୀରଙ୍କ ସମର୍ଥକ । ଅଭିଯୋଗ ଅନୁସାରେ, ଟିଏମସି ଛାଡ଼ି ଗତବର୍ଷ ନୂଆ ଦଳ ଆମ୍ ଜନତା ଉନ୍ନୟନ ପାର୍ଟି ଗଢ଼ିଥିବା ହୁମାୟୁନ କବୀର ନିଜେ ଲଢ଼ୁଥିବା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୋଲିଂ ବୁଥ୍ ପରିଦର୍ଶନ ପାଇଁ ବାହାରିଥିଲେ । ଏହି ସମୟରେ ତାଙ୍କ ସହ ସ୍ଥାନୀୟ ଟିଏମସି ବ୍ଲକ୍ ଅଧ୍ୟକ୍ଷଙ୍କ ଯୁକ୍ତିତର୍କରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ହୁମାୟୁନଙ୍କୁ ବିଜେପି ଏଜେଣ୍ଟ କହିବା ସହ ଚୋର ଚୋର ନାରା ଦେଇଥିଲେ ଟିଏମ୍ସି କର୍ମୀ । ଅନ୍ୟପକ୍ଷରେ ଟିଏମସି ପରିବେଶ ବିଗାଡ଼ୁଥିବା ଅଭିଯୋଗ କରିଥିଲେ ହୁମାୟୁନ । ଧିରେ ଧିରେ ବିବାଦ ଉଗ୍ରରୂପ ନେଇଥିଲା । ଉତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କ ସହ ମଧ୍ୟ ଧସ୍ତାଧସ୍ତି କରିଥିଲେ । ଗତକାଲି ଏହି ଅଞ୍ଚଳରେ ବୋମାମାଡ଼ ହୋଇଥିଲା । କୁମାରଗଞ୍ଜରେ ବିଜେପି ପ୍ରାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଟିଏମସି କର୍ମୀ ।
ବୁଥ ଜବରଦଖଲ ନେଇ ପ୍ରତିବାଦ କରିବାରୁ ଶୁଭେନ୍ଦୁ ସରକାରଙ୍କୁ ଘେରିଯାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ଶୁଭେନ୍ଦୁ ଜୀବନ ବିକଳରେ ଦୌଡ଼ୁଥିବା ବେଳେ ତାଙ୍କୁ ଠେଲାପେଲା କରାଯାଉଥିବା ଭିଡିଓ ଭାଇରାଲ ହେଉଛି । ବିଜେପି ଏହାକୁ ନିନ୍ଦା କରିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ଅନ୍ୟପଟେ, ଟିଏମସି ଏହାକୁ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ବୋଲି କହିଛି।… ସେପଟେ ଆସାନସୋଲ୍ ସାଉଥ୍ର ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ୍ଙ୍କ କାର୍ ଭଙ୍ଗାରୁଜା ହୋଇଛି। ବାର୍ଣ୍ଣପୁର ରେହମତନଗରରେ କାର୍ ଭଙ୍ଗାରୁଜା ସହ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ । କୁଚବିହାରରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ହସ୍ତକ୍ଷେପ କରିଛି । ସେପଟେ ସବୁ ରେକର୍ଡ ଭାଙ୍ଗିଛି ଆଜି ଭୋଟିଂ । ସନ୍ଧ୍ୟା ୫ଟା ସୁଦ୍ଧା ୯୦ ପ୍ରତିଶତରୁ ଅଧିକ ଭୋଟର ମତଦାନ କରିଛନ୍ତି । ଆଜି ପଶ୍ଚିମବଙ୍ଗର ୧୫୨ଟି ବିଧାନସଭା ଆସନରେ ମତଦାନ ହୋଇଛି । ୧୪ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଢ଼େ ୩ କୋଟି ଭୋଟର୍ ।






