AK ଜଳୁଛି ସାରା ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଖରାରୁ ନିସ୍ତାର ନାହିଁ । ବଢିବ ଦିନ ତାପମାତ୍ରା ଓ ରାତ୍ରି ତାପମାତ୍ରା । ସକାଳ ୮ଟାରୁ ତାତିରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ତାତିକୁ ଦେଖି ଆଗୁଆ ହେବ ସ୍କୁଲରେ ଖରାଛୁଟି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଖରାରୁ ନିସ୍ତାର ନାହିଁ । ବଢିବ ଦିନ ତାପମାତ୍ରା ଓ ରାତ୍ରି ତାପମାତ୍ରା । ସକାଳ ୮ଟାରୁ ତାତିରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ତାତିକୁ ଦେଖି ଆଗୁଆ ହେବ ସ୍କୁଲ ଖରାଛୁଟି। ଦିନ ଦୁଇ ଦିନରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ଗ୍ରୀଷ୍ମ ପ୍ରବାହକୁ ନେଇ ଗଣ ଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ ମିଳିତ ବୈଠକ ହୋଇଥିଲା। ବୈଠକ ପରେ ଆଗୁଆ ସ୍କୁଲ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେଇପାରନ୍ତି। ଅଙ୍ଗନବାଡି ବନ୍ଦ ହେଲେ ଖାଦ୍ୟ ପହଞ୍ଚାଇବାରେ ବ୍ୟବସ୍ଥା କରିବୁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ (Heat Wave) ଜାରି ରହିବ । ଆସନ୍ତା ୨୪ ଘଂଟା ପାଇଁ ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, କେଉଁଝର ଓ ଖୋର୍ଦ୍ଧା ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରୀ କଲା ପାଣିପାଗ କେନ୍ଦ୍ର । ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ଏନେଇ ଏ ସମସ୍ତ ଜିଲ୍ଲାକୁ ୟେଲୋ ୱର୍ଣି ଜାରୀ କରିଛି ପାଣିପାଗ କେନ୍ଦ୍ର ।
ଆସନ୍ତା ୨୬ ତାରିଖ ଯାଏଁ ଉଭୟ ଦିନ ଓ ରାତ୍ରୀ ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଂଟାରେ ଝାରସୁଗୁଡାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ ସେଲସୀୟସ ରେକର୍ଡ଼ କରାଯାଇଥିବା ବେଳେ ୩୦ ରୁ ଅଧିକ ସ୍ଥାନରେ ୪୦ ଡ଼ିଗ୍ରୀ ଉପାରେ ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀର ପ୍ରଭାଵ ମଧ୍ଯ ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡ ଘଡି ବର୍ଷା ସହ ଘଂଟା ପ୍ରତି ପବନର ବେଗ ୩୦ ରୁ ୪୦ କିଲୋମିଟର ଯାଏଁ ରହିବ । ମୟୂରଭଞ୍ଜ, କେଉଝର୍, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲା ହେବ ପ୍ରଭାବିତ । ଏନେଇ ଏହି ୧୦ ଜିଲ୍ଲାକୁ ୟେଲୋ ୱାର୍ଣି ଜାରୀ କରିଛି ପାଣିପାଗ କେନ୍ଦ୍ର ।






