AK ବାରଣସୀ-ହଡପସର ଅମୃତ ଭାରତ ଏକ୍ସପ୍ରେସ୍ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଯାତ୍ରୀଙ୍କୁ ଶସ୍ତା ସେବା ଯୋଗାଇ ଦେବ, ଯାହାଦ୍ୱାରା ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ମଧ୍ୟରେ ଯାତ୍ରୀଙ୍କ ଭିଡ଼ କମିବ । ବାରଣସୀ, ପ୍ରୟାଗରାଜ ଏବଂ ଅଯୋଧ୍ୟାକୁ ବଡ଼ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଏବଂ ପୁଣେ ପାଇଁ ୨ଟି ନୂଆ ଅମୃତ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ । ବାରଣସୀ-ହଡପସର ଅମୃତ ଭାରତ ଏକ୍ସପ୍ରେସ୍ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଯାତ୍ରୀଙ୍କୁ ଶସ୍ତା ସେବା ଯୋଗାଇ ଦେବ, ଯାହାଦ୍ୱାରା ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ମଧ୍ୟରେ ଯାତ୍ରୀଙ୍କ ଭିଡ଼ କମିବ ।

ବାରଣସୀରୁ ହଡପସର ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ନମ୍ବର ୨୨୫୮୯ ଭାବେ ଏବଂ ହଡପସରରୁ ବନାରସ ଟ୍ରେନ ନମ୍ବର ୨୨୫୯୦ ଭାବେ ଚାଲିବ। ଏହି ଟ୍ରେନଟି ଜ୍ଞାନପୁର ରୋଡ୍, ପ୍ରୟାଗରାଜ, ଫତେହପୁର, ଗୋବିନ୍ଦପୁରୀ, ଓରାଇ, ଝାନ୍ସୀ, ବିନା, ରାନୀ କମଳାପତି, ନର୍ମଦାପୁରମ୍, ଇଟାରସୀ, ହରଦା, ଖଣ୍ଡୱା, ଭୁସାବଲ, ଜଲଗାଓଁ, ମନମାଡ଼, କୋପାରଗାଓଁ, ଅହଲ୍ୟାନଗର ଓ ଦୌଣ୍ଡ କର୍ଡ ଲାଇନ ସମେତ ମୋଟ ୧୮ଟି ଷ୍ଟେସନରେ ରହିବ । ହଡପସର-ବାରଣସୀ ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚାଲିବ ଏବଂ ଏଥିରେ ସ୍ଲିପର ତଥା ସାଧାରଣ ଦ୍ୱିତୀୟ ଶ୍ରେଣୀ ସହିତ ମୋଟ ୨୨ଟି କୋଚ୍ ରହିବ। ଟ୍ରେନ ନମ୍ବର ୨୨୫୮୯ ବନାରସରୁ ସନ୍ଧ୍ୟା ୬:୧୫ ରେ ପ୍ରସ୍ଥାନ କରି ରାତି ୧୨:୧୦ ରେ ହଡପସରରେ ପହଞ୍ଚିବ। ସେହିପରି ଫେରିବା ସମୟରେ ଟ୍ରେନ ନମ୍ବର ୨୨୫୯୦ ହଡପସରରୁ ସକାଳ ୭:୫୦ ରେ ବାହାରି ପରଦିନ ଅପରାହ୍ନ ୨:୩୦ ରେ ବନାରସରେ ପହଞ୍ଚିବ । ଏହି ଟ୍ରେନ ପାଇଁ ମୋଟ ଚାରୋଟି ରେକ୍ ବ୍ୟବହାର କରାଯିବ । ସେହିପରି ଅଯୋଧ୍ୟା-ମୁମ୍ବାଇ ଅମୃତ ଭାରତ ଏକ୍ସପ୍ରେସ ମଧ୍ୟ ପୂର୍ବାଞ୍ଚଳ ଏବଂ ଅବଧ ଅଞ୍ଚଳର ରେଳ ଯାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ଦେବ । ଏହି ଟ୍ରେନଟି ଅଯୋଧ୍ୟା ଧାମ ଜଙ୍କସନରୁ ମୁମ୍ବାଇ ଲୋକମାନ୍ୟ ତିଲକ ଟର୍ମିନସ (LTT) ପର୍ଯ୍ୟନ୍ତ ଚାଲିବ । ଏହାର ପ୍ରମୁଖ ରହଣି ସ୍ଥଳରେ ଅଯୋଧ୍ୟା ଧାମ ଏବଂ ପ୍ରୟାଗରାଜ ଜଙ୍କସନ ସାମିଲ ରହିଛି। ଏହି ଟ୍ରେନରେ ମଧ୍ୟ ସାଧାରଣ ଏବଂ ସ୍ଲିପର କ୍ଲାସର ୨୨ଟି କୋଚ୍ ରହିଛି ।






