AK ମହେନ୍ଦ୍ର ସିଂ ଧୋନିଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ସାଇମନ୍ ଡୁଲ୍ । ସେ କହିଛନ୍ତି ଯେ ଧୋନି ଜାଣିଶୁଣି ଖେଳୁନାହାନ୍ତି । ସେ ନ ଖେଳିବା ସହିତ ଫିଟ୍ନେସ୍ର କୌଣସି ସମ୍ପର୍କ ନାହିଁ । ମହେନ୍ଦ୍ର ସିଂ ଧୋନିଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ସାଇମନ୍ ଡୁଲ୍। ସେ କହିଛନ୍ତି ଯେ ଧୋନି ଜାଣିଶୁଣି ଖେଳୁନାହାନ୍ତି ।

ସେ ନ ଖେଳିବା ସହିତ ଫିଟ୍ନେସ୍ର କୌଣସି ସମ୍ପର୍କ ନାହିଁ । ସେ ନିଜେ ଜଣେ ମହାନ ଖେଳାଳି ହୋଇଥିବାରୁ ଚର୍ଚ୍ଚାରୁ ଦୂରେଇ ରହିବାକୁ ଓ ସିଏସକେର ଖେଳାଳିମାନଙ୍କୁ ତାଙ୍କ ଅନୁପସ୍ଥିତିରେ ଉପଯୁକ୍ତି ନିଷ୍ପତ୍ତି ନେଇ ସର୍ବୋତ୍ତମ ପ୍ରଦର୍ଶନ ଲାଗି ସୁଯୋଗ ଦେବାକୁ ସେ ଏପରି କରୁଛନ୍ତି । ଧୋନି ଚଳିତ ଆଇପିଏଲ୍ ଋତୁରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି । କିନ୍ତୁ ଏହି ସମୟ ଅତିକ୍ରାନ୍ତ ହୋଇସାରିଥିଲେ ବି ଧୋନିଙ୍କ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ପ୍ରାୟ ଦୁଇ ସପ୍ତାହ ହେଲା ସେ ଅଭ୍ୟାସ ଆରମ୍ଭ କରିଦେଇଥିଲେ ବି ସେ ମ୍ୟାଚ୍ ଖେଳୁନାହାନ୍ତି । ଏପରିକି ଗୁରୁବାବରର ଗୁରୁତ୍ବପୂର୍ଣ୍ଣ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ସେ ଖେଳିବା ଆଶା କରାଯାଉଥିଲା । ନେଟ୍ସରେ ତାଙ୍କ ଅଭ୍ୟାସ ଦେଖି ଲାଗୁଥିଲା ଯେ ସେ ଖେଳିବେ, କିନ୍ତୁ ସେ ଖେଳିନଥିଲେ । ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦୩ ରନ୍ରେ ପରାସ୍ତ କରି ସିଏସ୍କେ ଆଇପିଏଲ୍ ଇତିହାସରେ ଅନ୍ୟତମ ବୃହତ୍ ବିଜୟ ହାସଲ କରିଥିଲା ।






