AK ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଯୁଦ୍ଧବିରତି ତିନି ସପ୍ତାହ ବୃଦ୍ଧି ହୋଇଥିଲେ ମଧ୍ୟ ଶୁକ୍ରବାର ପ୍ରତ୍ୟୁଷରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ବଡ଼ଧରଣର ଆକ୍ରମଣ କରିଛି । ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଅସ୍ତ୍ରବିରତି ଉଲ୍ଲଂଘନ କରି ଭୋର ସମୟରେ ମାର୍ଜାୟୁନ୍ ଜିଲ୍ଲାର ଟୌଲିନ୍ ସହରରେ ଏକ ଘର ଉପରେ ଆକ୍ରମଣ କରିଥିଲେ ।

ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଯୁଦ୍ଧବିରତି ତିନି ସପ୍ତାହ ବୃଦ୍ଧି ହୋଇଥିଲେ ମଧ୍ୟ ଶୁକ୍ରବାର ପ୍ରତ୍ୟୁଷରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ବଡ଼ଧରଣର ଆକ୍ରମଣ କରିଛି । ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଅସ୍ତ୍ରବିରତି ଉଲ୍ଲଂଘନ କରି ଭୋର ସମୟରେ ମାର୍ଜାୟୁନ୍ ଜିଲ୍ଲାର ଟୌଲିନ୍ ସହରରେ ଏକ ଘର ଉପରେ ଆକ୍ରମଣ କରିଥିଲେ । ପରେ ସେହି ଅଞ୍ଚଳରେ ତୋପ ମାଡ଼ କରାଯାଇଥିଲା । ଲେବାନନ୍ ନ୍ୟୁଜ ଏଜେନ୍ସି କହିଛି ଯେ, ଖେରବେଟ୍ ସେଲମ୍ ସହରକୁ ଟାର୍ଗେଟ କରି ଅତିରିକ୍ତ ବିମାନ ଆକ୍ରମଣ କରାଯାଇଥିଲା । ଟାୟାର ଜିଲ୍ଲାରେ ଇସ୍ରାଏଲ ବିମାନ ମଜଦାଲ ଜାଉନ୍ର ଉପକଣ୍ଠରେ ଆକ୍ରମଣ କରିଥିଲା । ଏହାସହିତ ରାତିସାରା ଜେଜିନ ଅଞ୍ଚଳର ରିହାନ୍ ହାଇଟ୍ସ ଉପରେ ଆକ୍ରମଣ ହୋଇଥିଲା । ଇସ୍ରାଏଲ ଆକ୍ରମଣରେ ଦକ୍ଷିଣ ଲେବାନନ୍ରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ତିନି ସପ୍ତାହ ପାଇଁ ଯୁଦ୍ଧବିରତି ବୃଦ୍ଧି ଘୋଷଣା କରିବାର କିଛି ଘଣ୍ଟା ପରେ ତେଲ ଅଭିଭ୍ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା। ଏପ୍ରିଲ ୧୬ରେ ଆମେରିକା ଦୁଇ ଦେଶ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲା । ମାର୍ଚ୍ଚ ୨ରୁ ଇସ୍ରାଏଲ ଲେବାନନ୍ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏଥିରେ ୨,୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହାସହିତ ୧ ନିୟୁତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ।






