AK ଶରୀରକୁ ସୁସ୍ଥ ରଖିବାକୁ ଜଣଙ୍କୁ ସମସ୍ତ ଭିଟାମିନ୍ଜାତୀୟ ଖାଦ୍ୟ ପଦାର୍ଥ ସହ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ । ଦିନଯାକର ଖାଦ୍ୟପେୟ ଭିତରୁ ସକାଳ ଜଳଖିଆର ଗୁଣମାନ ଉପରେ ଅଧିକ ଗୁରୁତ୍ବ ଦିଆଯିବା ଉଚିତ । ଶରୀରକୁ ସୁସ୍ଥ ରଖିବାକୁ ଜଣଙ୍କୁ ସମସ୍ତ ଭିଟାମିନ୍ଜାତୀୟ ଖାଦ୍ୟ ପଦାର୍ଥ ସହ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। ଦିନଯାକର ଖାଦ୍ୟପେୟ ଭିତରୁ ସକାଳ ଜଳଖିଆର ଗୁଣମାନ ଉପରେ ଅଧିକ ଗୁରୁତ୍ବ ଦିଆଯିବା ଉଚିତ । ଏହି ଖାଦ୍ୟରେ ପ୍ରୋଟିନ୍ର ପରିମାଣ ଉପରେ ନଜର ଦେବା କଥା। କାରଣ ଏହା ଟିସୁ ନିର୍ମାଣ ଓ ଶରୀରର ରକ୍ଷଣାବେକ୍ଷଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏହା ମାଂସପେଶୀ, ଚର୍ମ, କେଶ, ଏପରିକି ଏନ୍ଜାଇମ୍ ଓ ହରମୋନ୍ର ମୂଳଦୁଆ ପକାଏ, ଯାହା ଶରୀରର ପ୍ରମୁଖ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ପ୍ରୋଟିନ୍ଯୁକ୍ତ ଖାଦ୍ୟ ମାଂସପେଶୀ ଓ ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ତେଣୁ ସକାଳ ଜଳଖିଆରେ ଅଧିକ ପ୍ରୋଟିନ୍ ଭଲ । ନିରାମିଷ ପନିର ଓ ଆମିଷ ଅଣ୍ଡାଠାରୁ ଭଲ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଅନ୍ୟ କିଛି ହୋଇ ନପାରେ ! ତେଣୁ ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଉପାଦେୟ, ସେ ସମ୍ପର୍କରେ ଜାଣିବା ଜରୁରି । ୪୪ ଗ୍ରାମ ଓଜନର ଏକ ସିଝା ଅଣ୍ତା ରେ ୫.୫ ଗ୍ରାମ ପ୍ରୋଟିନ୍, ୪.୨ ଗ୍ରାମ ଫ୍ୟାଟ୍, ୨୪.୬ ମିଗ୍ରା କ୍ୟାଲସିୟମ୍, ୦.୮ ମିଗ୍ରା ଲୌହ, ୫.୩ ମିଗ୍ରା ମ୍ୟାଗ୍ନେସିୟମ୍, ୮୬.୭ ମିଗ୍ରା ଫସ୍ଫରସ୍, ୬୦.୩ ମିଗ୍ରା ପୋଟାସିୟମ୍, ୦.୬ ମିଗ୍ରା ଜିଙ୍କ୍, ୧୬୨ ମିଗ୍ରା କୋଲେଷ୍ଟ୍ରଲ୍ ଓ ୧୩.୪ ମିଗ୍ରା ସେଲେନିୟମ୍ ଥାଏ । ଏଥିପାଇଁ ଅଣ୍ଡାକୁ ସବୁଠାରୁ ସୁସ୍ଥ ଖାଦ୍ୟ ବିକଳ୍ପ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ ।
ଅଣ୍ଡାରେ ଉଚ୍ଚ ମାନର ପ୍ରୋଟିନ୍ ଭରପୂର ଥାଏ, ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂରାଇ ରଖିବା ସହ ମାଂସପେଶୀ ସବଳ କରିଥାଏ। ଏହା ମଧ୍ୟ ଭିଟାମିନ୍ ବି-୧୨, ଭିଟାମିନ୍-ଡି ଓ କୋଲାଇନ୍ ଭଳି ଅତ୍ୟାବଶ୍ୟକ ଖାଦ୍ୟସାରରେ ପରିପୂର୍ଣ୍ଣ। ଅଣ୍ଡା ମସ୍ତିଷ୍କର କାର୍ଯ୍ୟକଳାପକୁ ବଢ଼ାଇ ମେଟାବୋଲିଜିମ୍ ବୃଦ୍ଧି କରେ ଓ ସମଗ୍ର ଶକ୍ତି ସ୍ତରକୁ ଉନ୍ନତ କରିଥାଏ। ଏଥିରେ ଥିବା ଲ୍ୟୁଟିନ୍ ଓ ଜିଆକ୍ସାନ୍ଥିନ୍ ଆଖିକୁ ସୁସ୍ଥ ରଖିବା ସହ ପ୍ରଦାହଠାରୁ ସୁରକ୍ଷା ଦିଏ। ଏଥିସହିତ ଅଣ୍ତା ରେ କ୍ୟାଲୋରି କମ୍ ଥିଲେ ବି ତାହା ଅତ୍ୟନ୍ତ ପୁଷ୍ଟିକର। ତେଣୁ ଓଜନ ପରିଚାଳନା କରିଥାଏ। ଜଳଖିଆରେ ଅଣ୍ଡାସିଝା ବା ଏହାକୁ ପୋଚ୍ କରି ଖାଇବା ଭଲ। ଅଣ୍ଡାରେ ଥିବା କୋଲାଇନ୍ ସ୍ମୃତିଶକ୍ତି, ଧ୍ୟାନ ଓ ସ୍ନାୟୁର କାର୍ଯ୍ୟକଳାପରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥିସହିତ ଅଣ୍ଡା ଖାଇଲେ ଏଥିରେ ଥିବା ପ୍ରୋଟିନ୍ ଓ ଫ୍ୟାଟ୍ ଅଧିକ ସମୟ ପେଟକୁ ପୂରା ରଖି ଶକ୍ତିସ୍ତର ବଜାୟ ରଖିଥାଏ। କୁହାଯାଏ, ଏଥିରେ କ୍ଷୀର ପ୍ରୋଟିନ୍ ପରି ପ୍ରାୟ ସମାନ ପରିମାଣର ବ୍ରାଞ୍ଚେଡ୍-ଚେନ୍ ଆମିନୋ ଏସିଡ୍ ଥାଏ। ଏଥିରେ ଅନ୍ୟ ପ୍ରୋଟିନ୍ ଉତ୍ସ ତୁଳନାରେ ଅଧିକ ସଲଫର-ଯୁକ୍ତ ଆମିନୋ ଏସିଡ୍ ମଧ୍ୟ ରହିଛି । ପନିରର ପୃଷ୍ଟି ପରିମାଣ ୪୦ ଗ୍ରାମ କମ୍ ଚର୍ବିବିଶିଷ୍ଟ ପନିରରୁ ୭.୫୪ ଗ୍ରାମ ପ୍ରୋଟିନ୍ , ୫.୮୮ ଗ୍ରାମ ଚର୍ବି, ୪.୯୬ ଗ୍ରାମ କାର୍ବୋହାଇଡ୍ରେଟ୍, ୩୭.୩୨ ମାଇକ୍ରୋଗ୍ରାମ୍ ଫୋଲେଟ୍, ୧୯୦.୪ ମିଗ୍ରା କ୍ୟାଲସିୟମ୍, ୧୩୨ ମିଗ୍ରା ଫସଫରସ୍ ଓ ୫୦ ମିଗ୍ରା ପୋଟାସିୟମ୍ ମିଳିଥାଏ ।
ଜଳଖିଆରେ ପନିରର ଉପକାରିତା
ପନିର ଆମ ଜଳଖିଆ ପାଇଁ ଭଲ। କାରଣ ଏହା ଉଚ୍ଚମାନର ପ୍ରୋଟିନ୍ରେ ଭରପୂର, ଯାହା ମାଂସପେଶୀକୁ ବୃଦ୍ଧି ଓ ସବଳ କରିଥାଏ। ଧୀରେ ଧୀରେ ହଜମ ହେଉଥିବାରୁ ଅଧିକ ସମୟ ପାଇଁ ପେଟପୂରା ରଖେ। ସେହିପରି କ୍ୟାଲସିୟମ୍ ଓ ଫସ୍ଫରସ୍ ପରିମାଣ ଅଧିକ ଥିବାରୁ ହାଡ଼ ଓ ଦାନ୍ତକୁ ମଜଭୁତ ରଖିବାରେ ଏହା ସାହାଯ୍ୟ କରେ। ତେଣୁ ବୟସ୍କମାନଙ୍କ ପାଇଁ ଖୁବ୍ ଉପାଦେୟ । ଏଥିରେ ସୁସ୍ଥ ଚର୍ବି ମଧ୍ୟ ଥାଏ, ଯାହା ରକ୍ତ ଶର୍କରା ସ୍ତର ବୃଦ୍ଧି ନକରି ସ୍ଥିର ଶକ୍ତି ପ୍ରଦାନ କରେ । ସେହିପରି ମଧୁମେହ ରୋଗୀଙ୍କ ପାଇଁ ପନିର ଭଲ। ଭିଟାମିନ୍-ବିରେ ଭରପୂର ପନିର ମେଟାବୋଲିଜିମ୍କୁ ସାହାଯ୍ୟ କରେ ଓ ଏଥିରେ ସମଗ୍ର ରୋଗ ପ୍ରତିରୋଧକ ଶକ୍ତି ଥାଏ । ସକାଳ ଜଳଖିଆରେ ପନିର ପରଟା, ସାଲାଡ୍ କିମ୍ବା ଭାଜି ଖାଇଲେ ଏହା ଶରୀରକୁ ହାଲୁକା ରଖେ। ଏଥିସହିତ ବାତ ଓ ପିତ୍ତ ଦୋଷକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ । କେବଳ ଏତିକି ନୁହେଁ, ପନିରରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ୍ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ଓ ହଠାତ୍ ବୃଦ୍ଧିକୁ ରୋକିଥାଏ। ପନିରରେ ଚର୍ବି (୨୨-୨୫%), ପ୍ରୋଟିନ୍ (୧୬-୧୮%) ଓ ଲାକ୍ଟୋଜ୍ (୨.୦-୨.୭%) ଥାଏ ।






