AK ପାଇକା ନଦୀ ଉପରେ ଛିଡ଼ା ହୋଇଥିବା ଏହି ଅଧାଗଢ଼ା ପିଲାର୍ ଦେଖନ୍ତୁ। ୨୦୧୪ରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଯୋଡ଼ିବାକୁ ଗୋବର୍ଦ୍ଧନପୁର- ଟିପିରି ସେତୁର ଶିଳାନ୍ୟାସ ହୋଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ ହେଲା। କିନ୍ତୁ ୧୨ ବର୍ଷ ପରେ ବି ଚିତ୍ର ବଦଳି ପାରିଲାନି। ଖରା ବର୍ଷାରେ ପିଲାର୍ରେ ବ୍ୟବହୃତ ଲୁହା ରଡ୍ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ୨୦୨୧ରେ ପୁଣି କୋଟିକୋଟି ଟଙ୍କା ବ୍ୟୟବରାଦରେ ସେତୁ ନିର୍ମାଣ ଆରମ୍ଭ ହେଲା। ୨୦୨୪ ସୁଦ୍ଧା କାମ ସାରିବାକୁ ଟାର୍ଗେଟ୍ ଥିଲା। କିନ୍ତୁ ତିଖିରି ଠାରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଯୋଗୁଁ ସେତୁର ଡିଜାଇନ୍ ବଦଳାଗଲା। ଆଶ୍ଚର୍ୟ୍ୟର କଥା, ଡିଜାଇନ୍ ଅନୁମୋଦନ ହୋଇ ଆସିବା ପରେ ମଧ୍ୟ କାମ ଆରମ୍ଭ ହେଉନାହିଁ।

ଦୁଇ ଜିଲ୍ଲାବାସୀଙ୍କ ସ୍ୱପ୍ନ ଏବେ ପାଇକା ନଦୀର ପାଣିରେ ଭାସୁଛି । ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଶେଷ ହୋଇପାରୁନି ସେତୁ ନିର୍ମାଣ କାର୍ୟ୍ୟ । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେତୁ ଏବେ ପ୍ରଶାସନିକ ଅବହେଳା ପାଇଁ ବଳି ପଡ଼ିଛି । ପାଇକା ନଦୀ ଉପରେ ଛିଡ଼ା ହୋଇଥିବା ଏହି ଅଧାଗଢ଼ା ପିଲାର୍ ଦେଖନ୍ତୁ । ୨୦୧୪ରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଯୋଡ଼ିବାକୁ ଗୋବର୍ଦ୍ଧନପୁର- ଟିପିରି ସେତୁର ଶିଳାନ୍ୟାସ ହୋଇଥିଲା । ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ ହେଲା । କିନ୍ତୁ ୧୨ ବର୍ଷ ପରେ ବି ଚିତ୍ର ବଦଳି ପାରିଲାନି । ଖରା ବର୍ଷାରେ ପିଲାର୍ରେ ବ୍ୟବହୃତ ଲୁହା ରଡ୍ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ୨୦୨୧ରେ ପୁଣି କୋଟିକୋଟି ଟଙ୍କା ବ୍ୟୟବରାଦରେ ସେତୁ ନିର୍ମାଣ ଆରମ୍ଭ ହେଲା । ୨୦୨୪ ସୁଦ୍ଧା କାମ ସାରିବାକୁ ଟାର୍ଗେଟ୍ ଥିଲା। କିନ୍ତୁ ତିଖିରି ଠାରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଯୋଗୁଁ ସେତୁର ଡିଜାଇନ୍ ବଦଳାଗଲା । ଆଶ୍ଚର୍ୟ୍ୟର କଥା, ଡିଜାଇନ୍ ଅନୁମୋଦନ ହୋଇ ଆସିବା ପରେ ମଧ୍ୟ କାମ ଆରମ୍ଭ ହେଉନାହିଁ ।
ସେତୁଟି ସମ୍ପୂର୍ଣ୍ଣ ହେଲେ କେନ୍ଦ୍ରାପଡ଼ାର ୬ଟି ପଞ୍ଚାୟତର ଲୋକେ ସହଜରେ ଜଗତସିଂହପୁରର ତିର୍ତ୍ତୋଲ ଓ ପାରାଦ୍ୱୀପ ବନ୍ଦର ଅଞ୍ଚଳକୁ ଯାଇପାରନ୍ତେ। ସ୍କୁଲ କଲେଜ ଛାତ୍ରଛାତ୍ରୀ ଯା’ଆସ କରିବା ଠୁ ଆରମ୍ଭ କରି ଚାଷୀ ନିଜ ଫସଲ ବିକ୍ରି କରିବା ପାଇଁ ସୁବିଧା ପାଆନ୍ତେ। ହେଲେ ଏବେ ନଦୀ ପାର ହେବା ପାଇଁ ଲୋକଙ୍କୁ ବହୁ କଷ୍ଟ ସହିବାକୁ ପଡ଼ୁଛି । ବାରମ୍ବାର ଦାବି ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କେବେ ଏହି ସେତୁ କାର୍ୟ୍ୟ ଶେଷ କରିବେ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ । କଳଙ୍କି ଲାଗୁଥିବା ଲୁହା ରଡ୍ ଭଳି ଅଞ୍ଚଳବାସୀଙ୍କ ଆଶା ବି ଏବେ ନଷ୍ଟ ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସେତୁ କାମ ସାରିବାକୁ ଦାବି ହୋଇଛି ।






