AK ୨୦୨୦ ଜାନୁଆରି ୮ ତାରିଖରେ ରୋଗୀ କଲ୍ୟାଣ ସମିତି ସାଧାରଣ ପରିଷଦ ବୈଠକରେ ଏମ୍ସିଏଚ୍ କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ୧୨ ହଜାର ବର୍ଗଫୁଟ୍ ଜମିରେ ୧୦୦ ବେଡ୍ ବିଶିଷ୍ଟ ୬ ମହଲା କୋଠା ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ୨୦୨୨ ନଭେମ୍ବର ୨୨ ତାରିଖରେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲେ । କୋଠା ନିର୍ମାଣ ବାବଦକୁ ପ୍ରଥମେ କଟକ ଆରଆଣ୍ଡବି ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୨୬ କୋଟି ୯୩ ଲକ୍ଷ ୯ ହଜାର ୮୦୦ ଟଙ୍କା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ମଞ୍ଜୁରି ଅର୍ଥ ବୃଦ୍ଧି କରାଯାଇଥିଲା। ୨୦୨୩ ଏପ୍ରିଲ ୨୦ରେ ପ୍ରକଳ୍ପ ବାବଦ ବଜେଟ୍ ୩୦ କୋଟି ୨୪ ଲକ୍ଷ ୧୮ ହଜାର ୭୦୦ ଟଙ୍କାକୁ ବୃଦ୍ଧି ପାଇଥିଲା ।

ଅବଧି ସରିଲାଣି । ହେଲେ କଟକ ସିଟି ହସ୍ପିଟାଲ୍ ଏସିଏଚ୍ କୋଠା ନିର୍ମାଣ କାମ ସରୁନି। କାର୍ୟ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବାରମ୍ବାର ତାରିଖ ବଦଳୁଛି । ହେଲେ କାମ ଶେଷ ହେବାର ନାଁ ନେଉନି। ୩୦ କୋଟି ଟଙ୍କା ବ୍ୟୟରେ ଆରଆଣ୍ଡବି ଏହକୁ ନିର୍ମାଣ କରୁଛି । ମାତ୍ର ଏହି ୬ମହଲା କୋଠା କାର୍ୟ୍ୟ କେବେ ଶେଷ ହେବ ସେ ଉତ୍ତର କାହା ପାଖରେ ନାହିଁ । ୨୦୨୦ ଜାନୁଆରି ୮ ତାରିଖରେ ରୋଗୀ କଲ୍ୟାଣ ସମିତି ସାଧାରଣ ପରିଷଦ ବୈଠକରେ ଏମ୍ସିଏଚ୍ କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ୧୨ ହଜାର ବର୍ଗଫୁଟ୍ ଜମିରେ ୧୦୦ ବେଡ୍ ବିଶିଷ୍ଟ ୬ ମହଲା କୋଠା ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ୨୦୨୨ ନଭେମ୍ବର ୨୨ ତାରିଖରେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲେ । କୋଠା ନିର୍ମାଣ ବାବଦକୁ ପ୍ରଥମେ କଟକ ଆରଆଣ୍ଡବି ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୨୬ କୋଟି ୯୩ ଲକ୍ଷ ୯ ହଜାର ୮୦୦ ଟଙ୍କା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ମଞ୍ଜୁରି ଅର୍ଥ ବୃଦ୍ଧି କରାଯାଇଥିଲା । ୨୦୨୩ ଏପ୍ରିଲ ୨୦ରେ ପ୍ରକଳ୍ପ ବାବଦ ବଜେଟ୍ ୩୦ କୋଟି ୨୪ ଲକ୍ଷ ୧୮ ହଜାର ୭୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । କୋଠା ନିର୍ମାଣ ଦାୟିତ୍ଵ ହରିୟାଣାର ସୋମ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡକୁ ଦିଆଯାଇଛି । ପୂର୍ବରୁ ନିର୍ମାଣ କାମ ଝୁଲାଇ ଆସୁଥିବା ଆରଆଣ୍ଡବି ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏହି ତାରିଖ ସୁଦ୍ଧା ଶେଷ ହୋଇପାରିଲା ନାହିଁ । ଚଳିତ ବର୍ଷ ମେ’ ସୁଦ୍ଧା ଶେଷ କରିବାକୁ ସାନି ତାରିଖ ଧାର୍ୟ୍ୟ ହୋଇଛି । ଏହି ଅର୍ଦ୍ଧନିର୍ମିତ କୋଠା ଆସନ୍ତା ଦୁଇ ମାସ ଭିତରେ ଶେଷ ହେବା ନେଇ ପ୍ରଶ୍ନ ଉଠିଛି । ତେବେ କେଉଁଦିନ ଏହି କୋଠା ନିର୍ମାଣ ଶେଷ ହେଉଛି ତାହା ଦେଖିବାକୁ ବାକି ରହିଲା ।






