AK ଭଦ୍ର ପୋଷାକ, ମୁହଁରେ ସରକାରୀ ଅଧିକାରୀଙ୍କ ପରି ଭାଷା। ଉଦ୍ଦେଶ୍ୟ ହେଉଛି ଲୁଟ୍ । ଘଟଣାଟି ବହୁ ଦିନ ତଳର ହୋଇଥିଲେ ବି ଗତ ଗୁରୁବାର ଏହା ସାମ୍ନାକୁ ଆସିଛି। ବେତନଟୀ ୟୁକୋ ବ୍ୟାଙ୍କ ଶାଖାରେ ଥିବା ବେତନଟୀ ବ୍ଲକ ଆକାଉଣ୍ଟ ଠକେଇର ପ୍ରଥମ ଟାର୍ଗେଟ୍ ଥିଲା । ଜଣେ ଅଣଓଡ଼ିଆ ବ୍ୟକ୍ତି ନିଜକୁ ବିଡିଓଙ୍କ ଲୋକ କହି ଜାଲ୍ ଷ୍ଟାମ୍ପ ଓ ଦସ୍ତଖତ ଜରିଆରେ ଆକାଉଣ୍ଟର ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡି ବଦଳାଇବାକୁ କହିଲେ ।

ବାରିପଦାରେ ୟୁକୋ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଲୁଟିନେଲେ ସାଇବର ଠକ। ବେତନଟୀ ବ୍ଲକ ଓ ବାରିପଦା ମ୍ୟୁନିସିପାଲିଟି ଖାତାରୁ ପ୍ରାୟ ସାଢ଼େ ୩ କୋଟିରୁ ଅଧିକ ଟଙ୍କା ହରିଲୁଟ୍ । ସବୁଠାରୁ ଆଶ୍ଚର୍ୟ୍ୟର କଥା, ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ଅତି ସହଜରେ ଲୁଟେରାମାନେ ନିଜ କାମ ହାସଲ କରିଛନ୍ତି । ଯାହାକୁ ନେଇ ଏବେ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ଉପରେ ଉଠିଛି ବଡ଼ ପ୍ରଶ୍ନବାଚୀ । ଭଦ୍ର ପୋଷାକ, ମୁହଁରେ ସରକାରୀ ଅଧିକାରୀଙ୍କ ପରି ଭାଷା । ଉଦ୍ଦେଶ୍ୟ ହେଉଛି ଲୁଟ୍। ଘଟଣାଟି ବହୁ ଦିନ ତଳର ହୋଇଥିଲେ ବି ଗତ ଗୁରୁବାର ଏହା ସାମ୍ନାକୁ ଆସିଛି । ବେତନଟୀ ୟୁକୋ ବ୍ୟାଙ୍କ ଶାଖାରେ ଥିବା ବେତନଟୀ ବ୍ଲକ ଆକାଉଣ୍ଟ ପ୍ରଥମ ଟାର୍ଗେଟ୍ ଥିଲା । ଜଣେ ଅଣଓଡ଼ିଆ ବ୍ୟକ୍ତି ନିଜକୁ ବିଡିଓଙ୍କ ଲୋକ କହି ଜାଲ୍ ଷ୍ଟାମ୍ପ ଓ ଦସ୍ତଖତ ଜରିଆରେ ଆକାଉଣ୍ଟର ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡି ବଦଳାଇବାକୁ କହିଲେ । ବ୍ୟାଙ୍କ କର୍ମଚାରୀ ବି ବିନା କୌଣସି ଯାଞ୍ଚରେ ସବୁ ବଦଳାଇ ଦେଲେ ! ଆଉ ତା’ପରେ ଇ-ବ୍ୟାଙ୍କିଂ ଜରିଆରେ ୨ କୋଟି ୨୬ ଲକ୍ଷ ଟଙ୍କା ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲେ ଲୁଟେରା । ସମାନ ଢଙ୍ଗରେ ବାରିପଦା ୟୁକୋ ବ୍ୟାଙ୍କରେ ଥିବା ବାରିପଦା ମ୍ୟୁନିସିପାଲିଟି ଆକାଉଣ୍ଟରୁ ମଧ୍ୟ ୧ କୋଟି ୮ ଲକ୍ଷ ୭୭ ହଜାର ଟଙ୍କା ଲୁଟ୍ ହୋଇଛି । ଏହି ଲୁଟ୍ ୨୦୨୫ ସେପ୍ଟେମ୍ବର ମାସରୁ ଚାଲିଥିବା ବେଳେ ଏବେ ଏହା ପଦାକୁ ଆସିଛି । ଯାହାର ତଦନ୍ତ ଲାଗିଛି ।
ସମାନ ବ୍ୟାଙ୍କ୍ ର ଦୁଇଦୁଇଟି ଘଟଣା ଘଟିବା ପରେ ମଧ୍ୟ ବ୍ୟାଙ୍କ ପକ୍ଷରୁ କେହି କିଛି କହିବାକୁ ନାରାଜ। ଅନ୍ୟପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଦୋଷ ଲୁଚାଇବାକୁ ଲୁଟ୍ ଟଙ୍କା ନିଜ ପକ୍ଷରୁ ଆକାଉଣ୍ଟରେ ଜମା କରିଦେଇଛନ୍ତି ! ବିନା ଯାଞ୍ଚରେ ବ୍ୟାଙ୍କ କର୍ମଚାରୀ ମୋବାଇଲ୍ ନମ୍ବର ବଦଳାଇଲେ କେମିତି ? ବ୍ୟାଙ୍କ କର୍ମଚାରୀଙ୍କ ଅଜାଣତରେ ଏତେ ବଡ଼ ଠକେଇ ହୋଇଛି ନା ଏଥିରେ କାହାର ଭିତିରି ହାତ ରହିଛି । ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ। ତେବେ ୟୁକୋ ବ୍ୟାଙ୍କରେ ଘଟିଥିବା ଏହି ଘଟଣା ସାଧାରଣ ଲୋକଙ୍କ ମନରେ ଛନକା ପସାଇଛି ।






