AK କଣାସ ଅଞ୍ଚଳରେ ବନ୍ୟା ଯୋଗୁଁ ଖରିଫ ଚାଷ ପ୍ରାୟତଃ ନଷ୍ଟ ହୁଏ, ତେଣୁ ଖରାଟିଆ ଧାନ ହିଁ ଚାଷୀଙ୍କ ଏକମାତ୍ର ଭରସା । ହେଲେ ଏଥର ପରିସ୍ଥିତି ଭୟଙ୍କର । ଏକର ପିଛା ୫୦-୬୦ ବସ୍ତା ଧାନ ମିଳିବା କଥା, କିନ୍ତୁ ମିଳୁଛି ମାତ୍ର ୫ ରୁ ୮ ବସ୍ତା। ଅନ୍ୟପଟେ କଣାସ କୃଷି କାର୍ୟ୍ୟାଳୟ ପକ୍ଷରୁ ଚାଷୀଙ୍କୁ ରୋଗପୋକ ନିରାକରଣ ପାଇଁ ସଚେତନ କରାଯାଉନି ! ପ୍ରତିବର୍ଷ ସରକାରୀ ବିହନ, କୀଟନାଶକ ପାଇବାରୁ ଚାଷୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ୨୮ଟି ପଞ୍ଚାୟତ ପାଇଁ ମାତ୍ର ୪ ଜଣ କୃଷକ ସାଥୀ ଅଛନ୍ତି । କୃଷି ଅଧିକାରିଣୀ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ ମଧ୍ୟ କ୍ଷତିପୂରଣ ପ୍ରତିଶ୍ରୁତି ଦେଇଛନ୍ତି ।

ପୁରୀ ଜିଲ୍ଲା କଣାସ ବ୍ଲକରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର। ଯୁଆଡ଼େ ଚାହିଁଲେ ଖାଲି ଧଳା ପଡ଼ିଥିବା ଅଗାଡ଼ିର କେନ୍ଦା । କାଳବୈଶାଖୀ ସାଙ୍ଗକୁ କାଣ୍ଡବିନ୍ଧା ରୋଗର ପ୍ରକୋପରେ ହଜାର ହଜାର ଏକର ସୁନାର ଫସଲ ଏବେ ନଷ୍ଟ ହୋଇଯାଇଛି । ବର୍ଷକର ଆହାର ହରାଇ ଏବେ ଚିନ୍ତାରେ ଚାଷୀ । ଏବେ ଅଗାଡ଼ିରେ ପରିଣତ ହୋଇଛି। ପୁରୀ ଜିଲ୍ଲା କଣାସ ବ୍ଲକର ବଡ଼ାସ, ପାଣ୍ଡିଆକେରା, ଦୋକନ୍ଦା, ଅଡ଼ାଲ ଓ କାଦୁଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଚଳିତ ବର୍ଷ ଖରାଟିଆ ଧାନ ଭଲ ହୋଇଥିଲା, ଚାଷୀ ମଧ୍ୟ ବେଶ୍ ଖୁସି ଥିଲା । ଧାର କରଜ କରି ଉଠା ଜଳସେଚନ ଓ ଉନ୍ନତ ବିହନ ବ୍ୟବହାର କରି ଚାଷ କରିଥିଲା । କାଳ ସାଜିଲା କାଳବୈଶାଖୀ । କାଳବୈଶାଖୀରେ ପାଗ ପରିବର୍ତ୍ତନ ହେବାରୁ କାଣ୍ଡବିନ୍ଧା ରୋଗ ସବୁକିଛି ଉଜାଡ଼ି ଦେଇଛି । କୀଟନାଶକ ପକାଇଲେ ବି କାମ କରୁନି । ଫଳରେ ଧାନ ଥୋଡୁଅ ବାହାରିବା ବେଳକୁ ସବୁ ଅଗାଡ଼ିରେ ପରିଣତ ହୋଇଛି।
କଣାସ ଅଞ୍ଚଳରେ ବନ୍ୟା ଯୋଗୁଁ ଖରିଫ ଚାଷ ପ୍ରାୟତଃ ନଷ୍ଟ ହୁଏ, ତେଣୁ ଖରାଟିଆ ଧାନ ହିଁ ଚାଷୀଙ୍କ ଏକମାତ୍ର ଭରସା । ହେଲେ ଏଥର ପରିସ୍ଥିତି ଭୟଙ୍କର । ଏକର ପିଛା ୫୦-୬୦ ବସ୍ତା ଧାନ ମିଳିବା କଥା, କିନ୍ତୁ ମିଳୁଛି ମାତ୍ର ୫ ରୁ ୮ ବସ୍ତା। ଅନ୍ୟପଟେ କଣାସ କୃଷି କାର୍ୟ୍ୟାଳୟ ପକ୍ଷରୁ ଚାଷୀଙ୍କୁ ରୋଗପୋକ ନିରାକରଣ ପାଇଁ ସଚେତନ କରାଯାଉନି! ପ୍ରତିବର୍ଷ ସରକାରୀ ବିହନ, କୀଟନାଶକ ପାଇବାରୁ ଚାଷୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ୨୮ଟି ପଞ୍ଚାୟତ ପାଇଁ ମାତ୍ର ୪ ଜଣ କୃଷକ ସାଥୀ ଅଛନ୍ତି । କୃଷି ଅଧିକାରିଣୀ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ ମଧ୍ୟ କ୍ଷତିପୂରଣ ପ୍ରତିଶ୍ରୁତି ଦେଇଛନ୍ତି । ସରକାରୀ ବାବୁ କାଗଜପତ୍ରରେ ‘ସମୃଦ୍ଧ ଓଡ଼ିଶା’ର ଚିତ୍ର ଦେଖାଉଛନ୍ତି । ପ୍ରକୃତରେ ଚାଷୀଙ୍କ ଲୁହ କିଛି ଅଲଗା କାହାଣୀ କହୁଛି । ସର୍ବସ୍ୱ ହରାଇଥିବା ଅନ୍ନଦାତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।






