AK ବାହାରେ ତିନି ମହଲା କୋଠା । ଆଉ ଭିତରେ ଚାଲିଥିଲା ବେଆଇନ ଡିପୋ । ଘରୋଇ ଗ୍ୟାସ ସିଲିଣ୍ଡର କିଣି କମର୍ସିଆଲ ସିଲିଣ୍ଡରରେ ଭର୍ତ୍ତି କରାଯାଉଥିଲା ଗ୍ୟାସ୍ । କଟକ ବ୍ରାହ୍ମଣଝରିଲୋର ଏକ କୋଠାର ତଳ ମହଲାରେ ରାତି ଅଧରେ ଏହି କାରବାର ଚାଲିଥିବାବେଳେ ଅତର୍କିତ ଭାବେ ଚଢାଉ କରିଥିଲା ପୋଲିସ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରାଦେଶରେ ଗ୍ୟାସ ସଂକଟ ଲାଗି ରହିଛି । ସୁଯୋଗ ନେଇ ସକ୍ରିୟ ହୋଇଛନ୍ତି କଳାବଜାରୀ । ହଜାରେ ଟଙ୍କାର ଗ୍ୟାସ ସିଲିଣ୍ଡରକୁ ୩ରୁ ୪ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଚଢ଼ାଉ ଚାଲିଛି । ଶହ ଶହ ସିଲିଣ୍ଡର ଜବତ ହେଉଛି। ଦଲାଲ ଧରାପଡୁଛନ୍ତି । ଆଜି ସେମିତି ଏକ କଳାବଜାରୀ ରାକେଟର ପର୍ଦ୍ଦାଫାସ କରିଛି କଟକ କମିସନରେଟ୍ ପୁଲିସ୍ ।

ବାହାରେ ତିନି ମହଲା କୋଠା । ଆଉ ଭିତରେ ଚାଲିଥିଲା ବେଆଇନ ଡିପୋ । ଘରୋଇ ଗ୍ୟାସ ସିଲିଣ୍ଡର କିଣି କମର୍ସିଆଲ ସିଲିଣ୍ଡରରେ ଭର୍ତ୍ତି କରାଯାଉଥିଲା ଗ୍ୟାସ୍ । କଟକ ବ୍ରାହ୍ମଣଝରିଲୋର ଏକ କୋଠାର ତଳ ମହଲାରେ ରାତି ଅଧରେ ଏହି କାରବାର ଚାଲିଥିବାବେଳେ ଅତର୍କିତ ଭାବେ ଚଢାଉ କରିଥିଲା ପୋଲିସ । ତେବେ ଗ୍ୟାସ୍ ଚୋରିର ଏହି ନୂଆ କୌଶଳ ସଭିଙ୍କୁ ଚକିତ କରିଛି । ପୋଲିସ ଆଗରେ ସବୁ ଭୁଲ ସ୍ୱୀକାର କରିବା ସହ ଚୋରିର ଡେମୋ ବି ଦେଖାଇଥିଲେ ଅଭିଯୁକ୍ତ । ରାଜଧାନୀ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳର ଗ୍ୟାସ୍ ଡିପୋ ଓ ଗ୍ରାହକ ସହ ଯୋଗାଯୋଗ ରଖି ବିତରଣ କରୁଥିଲେ । ଏହି ରାକେଟ୍ ଚଳାଇଥିଲେ ଝାରପଡ଼ାର ଅନିଲ ପାତ୍ର ଓ ଅସିତ ପାତ୍ର । ଗ୍ରାହକଙ୍କଠାରୁ କମ୍ ଦାମରେ ଗ୍ୟାସ ସିଲିଣ୍ଡର କିଣି ଘର ଭିତରେ କମର୍ସିଆଲ ସିଲିଣ୍ଡରରେ ଭର୍ତ୍ତି କରୁଥିଲେ । ତାପରେ ଚଢ଼ା ଦରରେ ବିକ୍ରି କରୁଥିଲେ । ବିଶେଷକରି ହୋଟେଲ ଓ ରେଷ୍ଟୁରାଣ୍ଟକୁ ଯୋଗାଉଥିଲେ ଗ୍ୟାସ୍ ।






