AK ହାତୀ ଆକ୍ରମଣରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ଭାଲିଆ ପଞ୍ଚାୟତର ସଂସାଇଲୋ ଗାଁରେ ହାତି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଗାଁର ଗୀତାଞ୍ଜଳି ସାହୁ ସକାଳ ସମୟରେ ଆମ୍ବ ଗୋଟେଇବା ପାଇଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ ।

କନକ ବ୍ୟୁରୋ:ହାତୀ ଆକ୍ରମଣରେ ମହିଳା ମୃତ। ଢେଙ୍କାନାଳ ଜିଲ୍ଲା ଭାଲିଆ ପଞ୍ଚାୟତର ସଂସାଇଲୋ ଗାଁରେ ହାତି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଗାଁର ଗୀତାଞ୍ଜଳି ସାହୁ ସକାଳ ସମୟରେ ଆମ୍ବ ଗୋଟେଇବା ପାଇଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ । ସେ ସମୟରେ ଏକ ଦନ୍ତାହାତି ହଠାତ୍ ସେଠାରେ ଆକ୍ରମଣ ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକମାନେ ବନ ବିଭାଗଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି, ଯାହାଦ୍ୱାରା ଏପରି ଘଟଣା ପୁଣି ଘଟିବାକୁ ରୋକାଯାଇପାରିବ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।






