AK ରାଜଧାନୀରେ ଭଣ୍ଡୁର ହେଲା ବାଲ୍ୟ ବିବାହ। ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ପକ୍ଷରୁ ୧୭ ବର୍ଷୀୟ ନାବାଳିକା ଏବଂ ୩୫ ବର୍ଷୀୟ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଚକେଇସିଆଣି ସାଇ ମନ୍ଦିର ନିକଟରେ ବାଲ୍ୟ ବିବାହ ଚାଲିଥିବା ନେଇ ଖବର ପାଇଥିଲା ରୁଚିକା ସମାଜ ମଙ୍ଗଳ ସଂଗଠନ ।

ଏହି ଅଞ୍ଚଳର ବାଲ୍ୟ ବିବାହ ନିରୋଧ ଅଧିକାରୀ ଓ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲା ସଂଗଠନ । ବରକୁ ଭୁବନେଶ୍ବର ଫେରାଇ ଅଣାଯାଇଛି । ସରକାର ବାଲ୍ୟ ବିବାହ ନିରୋଧ ପାଇଁ ଆଇନ ପ୍ରଣୟନ କରି ସବୁ ଧର୍ମୀୟ ସ୍ଥାନକୁ ବାଲ୍ୟ ବିବାହ ମୁକ୍ତ କରିଥିଲେ ବି କେଉଁ ପରିସ୍ଥିତିରେ ମନ୍ଦିର କର୍ତ୍ତୃପକ୍ଷ ବାଲ୍ୟ ବିବାହକୁ ଅନୁମତି ଦେଲେ, ସେନେଇ ଖୋଳତାଡ଼ ଚାଲିଛି । ଏଥିନିମନ୍ତେ ରୁଚିକା ପକ୍ଷରୁ ଥାନାରେ ଏତାଲା ଦିଆଯିବ ବୋଲି ଜଣାପଡ଼ିଛି ।






