AK ପାକିସ୍ତାନରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରୁ ଆମେରିକା ତଥା ଇରାନ ଉଭୟ ପକ୍ଷ ଓହରି ଯାଇଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଯଦି ଆମେରିକା ପୁଣିଥରେ ଶାନ୍ତି ଆଲୋଚନା କରିବାକୁ ଚାହୁଁଛି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଯଦି ଆମେରିକା ପୁଣିଥରେ ଶାନ୍ତି ଆଲୋଚନା କରିବାକୁ ଚାହୁଁଛି, ତେବେ ଇରାନ ଆଲୋଚନା ପାଇଁ ଏକ ତିନି-ପର୍ଯ୍ୟାୟ ଫର୍ମୁଲା ପ୍ରସ୍ତାବ ଦେଇଛି । ତେହେରାନ ଦ୍ୱାରା ରଖାଯାଇଥିବା ସର୍ତ୍ତଗୁଡ଼ିକ ଯୁଦ୍ଧର ଅନ୍ତ, ହରମୁଜ୍ ପ୍ରଣାଳୀ ଏବଂ ପରମାଣୁ ସମସ୍ୟା ଉପରେ କେନ୍ଦ୍ରୀତ ହୋଇଛି। ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକାକୁ ଜଣାଇ ଦେଇଛି ଯେ ଯଦି ଆଲୋଚନାକୁ ସଫଳତାର ସହ ପୁଣି ଆରମ୍ଭ କରିବାକୁ ଆଗ୍ରହୀ ତେବେ ସେମାନଙ୍କୁ ତିନୋଟି ପର୍ଯ୍ୟାୟ ଦେଇ ଯିବାକୁ ପଡିବ ।

ପର୍ଯ୍ୟାୟ ୧: ଯୁଦ୍ଧର ସମ୍ପୂର୍ଣ୍ଣ ଅନ୍ତ। ଇରାନ ଏବଂ ଲେବାନନ ବିରୋଧରେ ପୁଣି ଯୁଦ୍ଧ ନକରିବା ପାଇଁ ଗ୍ୟାରେଣ୍ଟି ।
ପର୍ଯ୍ୟାୟ ୨: ଯଦି ପ୍ରଥମ ପର୍ଯ୍ୟାୟର ଦାବିଗୁଡ଼ିକ ଉପରେ ସହମତି ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇପକ୍ଷ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅବରୋଧ ହର୍ମୁଜ୍ ପ୍ରଣାଳୀର ପରିଚାଳନା ଏବଂ ପ୍ରଶାସନ ବିଷୟରେ ଆଲୋଚନା କରିବେ ।
ପର୍ଯ୍ୟାୟ ୩: ଉପରୋକ୍ତ ଦୁଇଟି ପର୍ଯ୍ୟାୟ ଅତିକ୍ରମ କରିବା ପରେ ହିଁ ଇରାନ ପରମାଣୁ ପ୍ରସଙ୍ଗ ଉପରେ ଆଲୋଚନା କରିବ। ଏହା ଏକ ପ୍ରମୁଖ ପ୍ରସଙ୍ଗ। କାରଣ ଆମେରିକା ଦୀର୍ଘ ଦିନ ଧରି ତେହେରାନକୁ ୟୁରାନିୟମ ସମୃଦ୍ଧି ବନ୍ଦ କରିବାକୁ ଏବଂ ଦେଶରୁ ଏହାର ଷ୍ଟକ୍ପିଲ୍ ସ୍ଥାନାନ୍ତର କରିବାକୁ ଦାବି କରିଆସୁଛି । ପ୍ରସ୍ତାବର ଜବାବରେ, ହ୍ୱାଇଟ୍ ହାଉସ୍ ମୁଖପାତ୍ର ଅଲିଭିଆ ୱେଲ୍ସ କହିଛନ୍ତି , ଏଗୁଡ଼ିକ ସମ୍ବେଦନଶୀଳ କୂଟନୈତିକ ଆଲୋଚନା ଏବଂ ଆମେରିକା ଏହାକୁ ପ୍ରେସ୍ ମାଧ୍ୟମରେ ଆଲୋଚନା କରିବ ନାହିଁ। ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା କେବଳ ଏଭଳି ଏକ ଚୁକ୍ତି କରିବ ଯାହା ଆମେରିକୀୟ ଲୋକଙ୍କ ସ୍ବାର୍ଥକୁ ପ୍ରଥମେ ରଖିବ, ଇରାନକୁ କେବେବି ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ। ଟ୍ରମ୍ପ ସୋମବାର ତାଙ୍କର ଶୀର୍ଷ ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି ଦଳ ସହିତ ଏକ ପରିସ୍ଥିତି କକ୍ଷ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଜାରି ରହିଛି । ଫେବ୍ରୁଆରିରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ପ୍ରାୟ ଦୁଇ ମାସ ବିତିବା ସତ୍ତ୍ୱେ ଉଭୟ ପକ୍ଷ କୌଣସି ସମାଧାନର ନିକଟତର ହୋଇନାହାନ୍ତି।






