AK ଶନିବାର ଦିନ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ୍ସ ଆସୋସିଏସନ୍ ରାତ୍ରୀଭୋଜନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଥମ ମହିଳା ୨,୬୦୦ ଅତିଥିଙ୍କ ସହିତ ଭୋଜନ କରୁଥିବା ସମୟରେ, କାଲିଫର୍ନିଆର ଜଣେ ୩୧ ବର୍ଷୀୟ ବ୍ୟକ୍ତି ଅନେକ ଅସ୍ତ୍ରଶସ୍ତ୍ର ସହ ୱାସିଂଟନ୍ର ହିଲଟନ୍ ହୋଟେଲ ପରିସରରେ ଥିଲେ । ହୋଟେଲ ବାହାରେ ଗୁଳିକାଣ୍ଡ ଘଟଣାରେ କାଲିଫର୍ନିଆର ଟୋରାନ୍ସର ଜଣେ ସନ୍ଦିଗ୍ଧ କୋଲ୍ ଥମାସ ଆଲେନ୍ଙ୍କୁ ଅଟକ ରଖାଯାଇଥିଲା । ରାଷ୍ଟ୍ରପତି ଏବଂ ଅତିଥିମାନେ ଏକାଠି ହୋଇଥିବା ବଲ୍ ରୁମରେ ପହଞ୍ଚିବା ପୂର୍ବରୁ ତାଙ୍କୁ ସୁରକ୍ଷା ଚେକ୍ପଏଣ୍ଟରେ ଅଟକାଯାଇଥିଲା ।

ଗୁଳି ଚଳାଇବାର ପ୍ରାୟ ଦଶ ମିନିଟ୍ ପୂର୍ବରୁ, ଆଲେନ୍ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ଅଭିଯୋଗ ଭରା ଘୋଷଣାପତ୍ର ପଠାଇଥିଲେ ଯାହାକୁ ‘ଟ୍ରମ୍ପ୍ ବିରୋଧୀ ଇସ୍ତାହାର’ ବୋଲି କୁହାଯାଉଛି । ପରେ ଆଲେନ୍ଙ୍କ ଜଣେ ସମ୍ପର୍କୀୟ ଏହାକୁ ପୁଲିସକୁ ହସ୍ତାନ୍ତର କରିଥିଲେ । ଅଭିଯୋଗ ଭରା ଘୋଷଣାପତ୍ରରେ ଆଲେନ୍ ବରିଷ୍ଠତା କ୍ରମରେ ଟ୍ରମ୍ପ ପ୍ରଶାସନ ଅଧିକାରୀମାନଙ୍କୁ ତାଙ୍କର ଟାର୍ଗେଟ ଭାବରେ ତାଲିକାଭୁକ୍ତ କରିଥିଲେ । ସେ ଏହି ତାଲିକାରୁ ଏଫ୍ବିଆଇ ନିର୍ଦ୍ଦେଶକ କାଶ୍ ପଟେଲଙ୍କୁ ବାଦ ଦେଇଥିଲେ । ସେ ଲେଖିଥିଲେ ପ୍ରଶାସନିକ ଅଧିକାରୀମାନ ଟାର୍ଗେଟ କରାଯାଇଛି । ସେ ଏହା ମଧ୍ୟ ଲେଖିଥିଲେ ଯେ, ଆବଶ୍ୟକ ହେଲେ ସେ ଆହୁରି ଆଗକୁ ଯିବାକୁ ଇଚ୍ଛୁକ। ସେ ଲେଖିଥିଲେ ଯେ ତାଙ୍କ ମତରେ, ମାମଲାରେ ଜଡିତ ଅଧିକାଂଶ ଲୋକ ରାତ୍ରୀଭୋଜନରେ ଅଛନ୍ତି ।
ମୁଁ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ସୀମା ଅତିକ୍ରମ କରିବି । କମ୍ ଲୋକଙ୍କୁ ହତ୍ୟା କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ, ମୁଁ ସ୍ଲଗ୍ ବଦଳରେ ବକସଟ୍ ବ୍ୟବହାର କରିବି । ଯଦି ଆବଶ୍ୟକ ହୁଏ, ତେବେ ମୁଁ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏଠାକାର ଅଧିକାଂଶ ଲୋକଙ୍କୁ ହତ୍ୟା କରିବାକୁ ପଛାଇବି ନାହିଁ । କାରଣ ସେସବୁ ଲୋକ ଜଣେ ଶିଶୁ ଯୌନ ନିର୍ଯାତନାକାରୀ, ଦୁଷ୍କର୍ମକାରୀ ଏବଂ ବିଶ୍ୱାସଘାତକଙ୍କ ଭାଷଣ ଶୁଣିବାକୁ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । କିନ୍ତୁ ମୁଁ ଆଶା କରୁଛି ସେଭଳି ସ୍ଥିତି ଆସିବ ନାହିଁ। ଆଲେନ୍ ଆକ୍ରମଣର କାରଣ ବ୍ୟାଖ୍ୟା କରି ତାଙ୍କର କାର୍ଯ୍ୟକୁ ଆକ୍ରମଣ ଭାବରେ ନୁହେଁ, ବରଂ ଅନ୍ୟମାନଙ୍କ ଦୁଃଖର ପ୍ରତିକ୍ରିୟା ଭାବରେ ଉପସ୍ଥାପନ କରିଥିଲେ । ସେ ଲେଖିଥିଲେ, ଯେତେବେଳେ ଗୋଟେ ଗାଲରେ ମାଡ଼ ଖାଇ ଅନ୍ୟ ଗାଲ ଦେଖାଯାଏ ସେତେବେଳେ ନିଜେ ଅତ୍ୟାଚାରିତ ହେଉଛ ବୋଲି ବିବେଚନା କରାଯିବ।, ମୁଁ ସେହି ବ୍ୟକ୍ତି ନୁହେଁ ଯାହାକୁ ଏକ ଅଟକ ଶିବିରରେ ଦୁଷ୍କର୍ମ କରାଯାଇଥିଲା । ମୁଁ ସେହି ମତ୍ସ୍ୟଜୀବୀ ନୁହେଁ ଯାହାକୁ ବିନା ବିଚାରରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଅନ୍ୟ କାହା ଉପରେ ଅତ୍ୟାଚାର ହେଉଥିବାବେଳେ ମାଡ଼ ଖାଇବା ପାଇଁ ଅନ୍ୟ ଗାଲ ଦେଖାଇବା ଖ୍ରୀଷ୍ଟିଆନ ଆଚରଣ ନୁହେଁ । ଏହା ଅତ୍ୟାଚାରୀକୁ ତାଙ୍କ ଅପରାଧ ପାଇଁ ପୁଣି ସମର୍ଥନ କରିବା ହେବ। ଆଲେନ୍ ଲେଖିଥିଲେ, ମୁଁ ଆଉ ଜଣେ ଶିଶୁ ଯୌନ ନିର୍ଯାତନାକାରୀ, ଦୁଷ୍କର୍ମକାରୀ ଏବଂ ବିଶ୍ୱାସଘାତକଙ୍କୁ ତାଙ୍କ ଅପରାଧରେ ପୁଣି ନିଜ ହାତକୁ ରଙ୍ଗାଇବାର ଅନୁମତି ଦେବାକୁ ଚାହୁଁ ନାହିଁ ।
ଆଲେନ୍ ଦାବି କରିଥିଲେ ଯେ, ସେ ଅନେକ ଅସ୍ତ୍ରଶସ୍ତ୍ର ଧରି ୱାସିଂଟନ୍ ହିଲଟନ୍ରେ ପ୍ରବେଶ କରିଥିଲେ ଏବଂ କେହି ତାଙ୍କୁ ପଚରାଉଚରା କରିନଥିଲେ । ମୁଁ ଜଣେ ବିପଦପୂର୍ଣ୍ଣ ବ୍ୟକ୍ତି ହୋଇପାରେ ବୋଲି କେହି ବି ସନ୍ଦେହ କରିନଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ସୁରକ୍ଷା ବାହାରେ ନିୟୋଜିତ କରାଯାଇଛି, କେବଳ ପ୍ରତିବାଦକାରୀ ଏବଂ କେବଳ ଆସୁଥିବା ଲୋକଙ୍କ ଉପରେ ଧ୍ୟାନ ଦିଆଯାଉଛି । ଆଲେନ୍ଙ୍କ ଠାରୁ ଏଭଳି ଅଭିଯୋଗ ଭରା ଘୋଷଣାପତ୍ର ପାଇବାପରେ ତାଙ୍କ ଭାଇ ପ୍ରଥମେ ପୁଲିସକୁ ଜଣାଇଥିଲେ। ଜଣେ ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ସେ ଏନେଇ କନେକ୍ଟିକଟର ନ୍ୟୁ ଲଣ୍ଡନ ପୁଲିସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ସିକ୍ରେଟ୍ ସର୍ଭିସ୍ ଆଲେନ୍ଙ୍କ ଭଉଣୀଙ୍କ ସାକ୍ଷାତକାର ନେଇଥିଲା । ଭଉଣୀ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନଙ୍କୁ କହିଥିଲେ ଯେ, ଆଲେନ୍ଙ୍କର ରାଜନୈତିକ ଭାବରେ କଠୋରପନ୍ଥୀ ବୟାନ ଦେବାର ଇତିହାସ ରହିଛି । ସେ ବିଶ୍ୱ ସମସ୍ୟା ବୋଲି ବିବେଚନା କରୁଥିବା ସମସ୍ୟାର ସମାଧାନ ପାଇଁ କିଛି କରିବା ବିଷୟରେ କହୁଥିଲେ ।






