AK ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ ଦୁଇଟି ବଡ଼ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । କରଞ୍ଜିଆ ଥାନା କାଳିକାପୁର ଜଙ୍ଗଲ ନିକଟରେ ସ୍କର୍ପିଓ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।

ମର୍ମନ୍ତୁଦ ଦୁର୍ଘଟଣା ନେଲା ୪ ଜୀବନ । ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ ଦୁଇଟି ବଡ଼ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । କରଞ୍ଜିଆ ଥାନା କାଳିକାପୁର ଜଙ୍ଗଲ ନିକଟରେ ସ୍କର୍ପିଓ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତ ଦମ୍ପତି ଯଶୀପୁର ଥାନା ପାଣ୍ଠ ଗାଁର ହୋଇଥିବା ବେଳେ ସ୍କର୍ପିଓରେ ଥିବା ଦୁଇ ମହିଳା ଆହତ ହୋଇଛନ୍ତି । ଆହତଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କରଞ୍ଜିଆ ଥାନା କାଦଡ଼ିହା ଜଙ୍ଗଲ ନିକଟରେ । ପ୍ରଶାନ୍ତି ନାମକ ଘରୋଇ ବସ୍ ସହ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ କାରରେ ଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ କରଞ୍ଜିଆ ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । କାରରେ ଥିବା ସମସ୍ତେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବୋଲି ଜଣାପଡ଼ିଛି ।






