AK ସକାଳ ୯ଟା ହେଲେ ସୂର୍ଯ୍ୟ ଦେଖାଉଛନ୍ତି ନାଲି ଆଖି । ବିକାଶ ଆଢୁଆଳରେ ଗଛ କଟାଯିବା ଯୋଗୁଁ ଆଜି ଜିଲ୍ଲାରେ ପରିବେଶ ଅସନ୍ତୁଳିତ ହୋଇପଡ଼ିଛି । ଟକ୍ମକ୍ ଫୁଟୁଛି, ଗମଗମ ଝାଳ ବୋହୁଛି । ଆଉ ସହି ହେଉନି ଖରା । ଘର ଭିତରେ ରହିହେଉନି, ବାହାରକୁ ବାହାରିଲେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସତେ ଯେମିତି ଦେହକୁ ଜାଳିଦେଉଛି । ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ । ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ପାରଦ ଏବେ ଆକାଶଛୁଆଁ । ସକାଳ ୯ଟା ହେଲେ ସୂର୍ଯ୍ୟ ଦେଖାଉଛନ୍ତି ନାଲି ଆଖି । ବିକାଶ ଆଢୁଆଳରେ ଗଛ କଟାଯିବା ଯୋଗୁଁ ଆଜି ଜିଲ୍ଲାରେ ପରିବେଶ ଅସନ୍ତୁଳିତ ହୋଇପଡ଼ିଛି । ଟକ୍ମକ୍ ଫୁଟୁଛି, ଗମଗମ ଝାଳ ବୋହୁଛି । ଆଉ ସହି ହେଉନି ଖରା ।

ଘର ଭିତରେ ରହିହେଉନି, ବାହାରକୁ ବାହାରିଲେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସତେ ଯେମିତି ଦେହକୁ ଜାଳିଦେଉଛି । ନବରଙ୍ଗପୁର ଜିଲ୍ଲାରେ ଏବେ ଅଘୋଷିତ କର୍ଫ୍ୟୁର ସ୍ଥିତି । ପାରଦ ରେକର୍ଡ ଭାଙ୍ଗୁଥିବା ବେଳେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୧୦ଟା ପରେ ପୁରା ରାସ୍ତା ଘାଟ ଶୂନଶାନ ହୋଇଯାଉଛି । ତଥାପି ଅନେକ ପେଟ ପାଟଣା ପାଇଁ ଘରୁ ଗୋଡ଼ କାଢ଼ୁଛନ୍ତି । କିଏ ମୁଣ୍ଡରେ ଗାମୁଛା ଭିଡ଼ି ଯାଉଛି । ଆଉ କିଏ ଛତା ଧରି ଚାଲିଛି । ପାଣି ବୋତଲ, ଆଖୁ ରସ, ପଇଡ଼ ପାଣି ଓ ଓଆରଏସ ଏବେ ପ୍ରତିଟି ମଣିଷର ସାଥି ପାଲଟିଛି । କେବେ ବଣଜଙ୍ଗଲ ଆଉ ନଦୀ ଘେରା ନବରଙ୍ଗପୁର ଶୀତଳ ପରିବେଶ ପାଇଁ ଜଣାଶୁଣା ଥିଲା। କିନ୍ତୁ ଆଜି ସେଠି ନିଆଁ ବର୍ଷୁଛି। ଲୋକଙ୍କ କହିବା କଥା – ବିକାଶ ନାମରେ ଗଛ କଟାଯିବା ଏହାର ମୁଖ୍ୟ କାରଣ। ରାସ୍ତା ପ୍ରଶସ୍ତିକରଣ, ବାଇପାସ୍ ରୋଡ୍ ଏବଂ ଭାରତମାଳା ପ୍ରକଳ୍ପ ପାଇଁ ହଜାର ହଜାର ପୁରୁଣା ଗଛକୁ କାଟି ସଫା କରିଦିଆଯାଇଛି। ଫଳରେ ଜିଲ୍ଲାର ତାପମାତ୍ରା ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଏସବୁ ସତ୍ତ୍ୱେ ପେଟ ପାଇଁ ଖରାରେ ଛଟପଟ ହୋଇ ଦୋକାନ ଖୋଲି ବସିଛନ୍ତି ଛୋଟ ବ୍ୟବସାୟୀ । ପ୍ରତିବର୍ଷ ଅପେକ୍ଷା ଚଳିତ ବର୍ଷର ରେକର୍ଡ ପରିମାଣର ଗରମକୁ ନେଇ ଅଞ୍ଚଳବାସୀଙ୍କ ସହ ଜିଲ୍ଲା ପ୍ରଶାସନ ବି ଚିନ୍ତିତ ।






