AK ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାଣି । ଏମିତି ଅନେକ ଆଶା ଦେଖାଇ ନାରାୟଣପାଟଣା ବ୍ଲକ ବିଜାଘାଟିରେ ୯୦ କୋଟି ଟଙ୍କା ବ୍ୟୟବରାଦରେ ଆରମ୍ଭ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପ୍ରଭୁ ଜାନୀ ଏହାର ଶୁଭାରମ୍ଭ କରିଥିବା ବେଳେ ତାମିଲନାଡ଼ୁର ଏକ ଠିକା ସଂସ୍ଥା ଉପରେ ରହିଲା ପ୍ରକଳ୍ପ ନିର୍ମାଣ ଦାୟିତ୍ବ । ଅବଧି ସରିବାକୁ ମାସେ ବାକି ଥିବା ବେଳେ କାମ ୫୦ ପ୍ରତିଶତ ବି ସରିନି ।ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ମନ୍ଥର କାର୍ଯ୍ୟ ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚିପାରୁନି ପାଣି । ଅବଧି ସରିବାକୁ ମାସେ ବାକି ଥିବା ବେଳେ କାମ ୫୦ ପ୍ରତିଶତ ବି ସରିନି । ଗାଁ ଲୋକଙ୍କ ଦୁଃଖ ଦୂର ହେବ । ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାଣି ।

ଏମିତି ଅନେକ ଆଶା ଦେଖାଇ ନାରାୟଣପାଟଣା ବ୍ଲକ ବିଜାଘାଟିରେ ୯୦ କୋଟି ଟଙ୍କା ବ୍ୟୟବରାଦରେ ଆରମ୍ଭ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପ୍ରଭୁ ଜାନୀ ଏହାର ଶୁଭାରମ୍ଭ କରିଥିବା ବେଳେ ତାମିଲନାଡ଼ୁର ଏକ ଠିକା ସଂସ୍ଥା ଉପରେ ରହିଲା ପ୍ରକଳ୍ପ ନିର୍ମାଣ ଦାୟିତ୍ବ । ଦାମନଯୋଡ଼ିର ମାଥାଲପୁଟରୁ ପାଇପ୍ ଯୋଗେ ପାଣି ଆଣି ବିଜାଘାଟିରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଶୁଦ୍ଧ କରାଯିବା ପରେ ନାରାୟଣପାଟଣାର ୯ଟି ପଞ୍ଚାୟତ ଓ ବନ୍ଧୁଗାଁର ୨ଟି ପଞ୍ଚାୟତକୁ ପାଣି ପହଞ୍ଚିଥାନ୍ତା। ଏଥିପାଇଁ ୧୫୦ରୁ ଅଧିକ ଗାଁରେ ୨୮ଟି ଓଭରହେଡ୍ ଟାଙ୍କି ନିର୍ମାଣର ଯୋଜନା ଥିଲା। ଯାହାର ଲାଭ ପାଇଥାନ୍ତେ ପ୍ରାୟ ୧୫ ହଜାରରୁ ଅଧିକ ପରିବାରର ଲକ୍ଷାଧିକ ଲୋକେ । ଆଜିକୁ ୩ ବର୍ଷ ବିତିଲା, ୫୦ ପ୍ରତିଶତ କାମ ବି ସରିନି । ଅବଧି ସରିବାକୁ ଆଉ ମାତ୍ର ମାସେ ବାକି ଅଛି । ବିଳମ୍ବିତ କାମ ପାଇଁ ଖୋଦ୍ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ, ଲକ୍ଷ୍ମୀପୁର ବିଧାୟକ ଓ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ଠିକାଦାରଙ୍କୁ ତାଗିଦ୍ କରିଛନ୍ତି । ଏପଟେ ଅବଧି ସରି ଆସୁଥିବା ବେଳେ ଠିକାଦାର ଜଣକ ଆନ୍ଧ୍ରପ୍ରଦେଶର ଅନ୍ୟ ଜଣେ ଠିକାଦାରଙ୍କୁ ଫିଲ୍ଟର ଟାଙ୍କି ନିର୍ମାଣ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ଦାମନଯୋଡ଼ିରୁ କେରଗାଁ ୧୧ କିଲୋମିଟର ପାଇପ୍ ବିଛାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି, ସେଥିପାଇଁ କାର୍ଯ୍ୟରେ ବିଳମ୍ବ ହେଉଛି । ଡିସେମ୍ବର ସୁଦ୍ଧା ପ୍ରକଳ୍ପ ନସରିଲେ ଠିକାଦାରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମେଗା ପ୍ରକଳ୍ପ ଚାଲିଥିବା କାରଣରୁ ଗାଁରେ ନଳକୂପ ଖନନ କରାଯାଉନାହିଁ । ଫଳରେ ଲୋକ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପ୍ରକଳ୍ପ କାମ ସାରିବାକୁ ଦାବି ହୋଇଛି ।






