AK ୨୦୦୬ ମସିହାର ଘଟଣା, ଯେତେବେଳେ ସେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ମାତ୍ର କାଳିଆର ଆକର୍ଷଣ ଏଭଳି ଥିଲା ଯେ, ସେ ପରୀକ୍ଷା ହଲ୍କୁ ନଯାଇ ରଥଖଳାକୁ ବାଛିନେଲେ । ସେବେଠାରୁ ବହି-ବସ୍ତାନୀ ବନ୍ଦ କରି ଦୀର୍ଘ ୩୮ ବର୍ଷ ଧରି ସେ ନିରବଚ୍ଛିନ୍ନ ଭାବେ ରଥ ନିର୍ମାଣ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ମହାପ୍ରଭୁଙ୍କ ସେବା ଆଗରେ ସବୁ କିଛି ତୁଚ୍ଛ । ଏହି ଉକ୍ତିକୁ ଜୀବନର ମନ୍ତ୍ର କରି ସେବା ସମର୍ପଣର ଶୀର୍ଷରେ ପହଞ୍ଚିଛନ୍ତି ମହାରଣା ସେବକ ରଘୁନାଥ ମହାରଣା । ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣରେ ନିଜକୁ ହଜାଇ ଦେଇଥିବା ଏହି କାରିଗରଙ୍କ କାହାଣୀ ଆଜି ରଥଖଳାରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି

ରଘୁନାଥଙ୍କ ପରିବାରର ସମସ୍ତ ସଦସ୍ୟ ଉଚ୍ଚଶିକ୍ଷିତ ହୋଇଥିବା ବେଳେ ତାଙ୍କ ପାଇଁ କିନ୍ତୁ ମହାପ୍ରଭୁଙ୍କ ସେବା ହିଁ ଥିଲା ଶ୍ରେଷ୍ଠ ଶିକ୍ଷା । ୨୦୦୬ ମସିହାର ଘଟଣା, ଯେତେବେଳେ ସେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ମାତ୍ର କାଳିଆର ଆକର୍ଷଣ ଏଭଳି ଥିଲା ଯେ, ସେ ପରୀକ୍ଷା ହଲ୍କୁ ନଯାଇ ରଥଖଳାକୁ ବାଛିନେଲେ । ସେବେଠାରୁ ବହି-ବସ୍ତାନୀ ବନ୍ଦ କରି ଦୀର୍ଘ ୩୮ ବର୍ଷ ଧରି ସେ ନିରବଚ୍ଛିନ୍ନ ଭାବେ ରଥ ନିର୍ମାଣ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଅକ୍ଷୟ ତୃତୀୟା ଆସିଲେ ରଘୁନାଥଙ୍କ ପାଇଁ ଦୁନିଆର ସବୁ କାମ ପଛରେ ପଡ଼ିଯାଏ । ହାତରେ ନିହାଣ ମୁଗୁର ଧରି କାଠକୁ ରୂପ ଦେଲା ବେଳେ ତାଙ୍କ ଆଖିରେ ଥାଏ ଅନାବିଳ ଶ୍ରଦ୍ଧା । ସେ କୁହନ୍ତି, “ଠାକୁରଙ୍କ ସେବା ହିଁ ମୋ ଜୀବନର ପରମ ସୌଭାଗ୍ୟ।” ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ତାଙ୍କର ଏହି ନିଷ୍ଠା ଓ ତ୍ୟାଗ ଆଜି ତାଙ୍କୁ ଜଣେ ନିଆରା ସେବକ ଭାବେ ପରିଚିତ କରାଇଛି ।






