AK କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ସ୍କାମ୍ ହୋଇଥିବା ବେଳେ ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ବୁର୍ଲା ଥାନା ଅର୍ନ୍ତଗତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଖରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ ଜଣେ ମହିଳା ଶୁକ୍ରବାର ଗିରଫ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଲେ ମିଳିବ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ । ଏଥିପାଇଁ ଖୋଲିଥିଲେ ଅଫିସ୍। ବିଜ୍ଞାପନ ଦେଉଥିଲେ । ଆଶାୟୀଙ୍କୁ ମିଠା ମିଠା କଥା କହି ଫସାଉଥିଲେ । ଏଥିପାଇଁ ଲକ୍ଷାଧିକ ଟଙ୍କା ଆଦାୟ ମଧ୍ୟ କରୁଥିଲେ । ହେଲେ ସାର୍ଟିଫିକେଟ୍ କଥା କହିଲେ ଭୂଆଁ ବୁଲାଉଥିଲେ । କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ସ୍କାମ୍ ହୋଇଥିବା ବେଳେ ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ବୁର୍ଲା ଥାନା ଅର୍ନ୍ତଗତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଖରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ ଜଣେ ମହିଳା ଶୁକ୍ରବାର ଗିରଫ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି ।

ଚିତ୍ତରଞ୍ଜନ ଏବଂ ରୀମା ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ ସାର୍ଟିଫିକେଟ କରାଇ ଦେବାକୁ କହି ବୁର୍ଲାଠାରେ ‘ୱାନ ୱାର୍ଲଡ ଏକାଡେମୀ’ ନାଁରେ ସଂସ୍ଥାଟିଏ ଖୋଲିଥିଲେ। ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଏବଂ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ବିଏଡ୍ ସାର୍ଟିଫିକେଟ ପାଇବା ଆଶାରେ ଲକ୍ଷାଧିକ ଟଙ୍କା ମଧ୍ୟ ଦେଉଥିଲେ । ହେଲେ ସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକଳାପକୁ ନେଇ କିଛି ପିଲାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ଗତ ୨୩ ତାରିଖ ଝାରସୁଗୁଡ଼ା ସାଇବର ଥାନାରେ ପ୍ରୀତିରାଣୀ ପଣ୍ଡା ନାମକ ଜଣେ ଛାତ୍ରୀ ଅଭିଯୋଗ କରିଥିଲେ । ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଡିସ୍ଷ୍ଟାନ୍ସ ବିଏଡ୍ରେ ନାମ ଲେଖାଇବାକୁ ବୁର୍ଲାର ଏଜେଣ୍ଟ ରୀମା ଦାସଙ୍କ ସହ ପ୍ରୀତିରାଣୀ ଯୋଗାଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ, ପ୍ରବେଶ ଫି’ ବାବଦକୁ ୫୦ ହଜାର ଟଙ୍କା ଫୋନ୍ ପେ’ରେ ୨୦୨୫ ଜୁଲାଇରେ ପୈଠ କରିଥିଲେ । ପରେ ଆଉ ୫ ହଜାର ଟଙ୍କା ଦେଇଥିଲେ । ୫୫ ହଜାର ଟଙ୍କାର ପ୍ରାପ୍ତି ସ୍ୱୀକାର ରସିଦ ତାଙ୍କୁ ପ୍ରଦାନ କରାଯାଇଥିଲା । ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ନାମ ଲେଖା ସମ୍ପୂର୍ଣ୍ଣ ହୋଇଥିବା ଏଜେଣ୍ଟ କହିଥିଲେ । ମାତ୍ର ପରୀକ୍ଷା ଦେଇଯିବା ସମୟରେ ଆଡମିସନ ହୋଇ ପାରିନଥିବା ଅଭିଯୁକ୍ତ କହିଥିଲେ । ପ୍ରବେଶ ଫି’ ବାବଦ ଅର୍ଥ ଫେରାଇବାକୁ କହିବାରୁ ଭୂତାଇଥିଲେ । ବିଏଡ୍ ପ୍ରମାଣପତ୍ର ନାମରେ ବଡ଼ଧରଣର ଠକେଇ ହୋଇଥିବା ଜାଣିବା ପରେ ପ୍ରୀତିରାଣୀ ଝାରସୁଗୁଡ଼ା ସାଇବର ଥାନାରେ ଏତଲା ଦେଇଥିଲେ । ଏହାକୁ ଗମ୍ଭୀରତାର ସହ ନେଇଥିଲେ ଏସ୍ପି । ଏସ୍ପିଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ସାଇବର ଥାନା ଇନ୍ସପେକ୍ଟର ଦେବଦତ୍ତ ବସ୍ତିଆଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନାର ୩ ଜଣ, ଓରିଏଣ୍ଟ, ଲଖନପୁର, ବେଲପାହାଡ଼ ଏବଂ ବ୍ରଜରାଜନଗର ଥାନାଞ୍ଚଳର ଜଣେ ଲେଖାଏଁ ପ୍ରାର୍ଥୀ ଏଭଳି ଠକେଇର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।






