AK ଓଡ଼ିଶାରେ ବ୍ୟାପକ ଭାବେ ବଢ଼ିବାରେ ଲାଗିଛି ନିଶା କାରବାର । ବିଶେଷ କରି ଗଞ୍ଜେଇ ଓ ବ୍ରାଉନ ସୁଗାର ନିଶାରେ ଝୁମୁଛନ୍ତି ଯୁବପିଢ଼ି । ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ସହ କିଲୋ କିଲୋ ବ୍ରାଉନସୁଗାର । ନିଶାମୁକ୍ତ ହେବ ଓଡ଼ିଶା । ଏହି ସଂକଳ୍ପ ପୂରଣ କରିବାକୁ ଯାଇ ପ୍ରତିଦିନ କୋଟିକୋଟି ଟଙ୍କାର ନିଶାସେବନକାରୀ ସାମଗ୍ରୀ ଜବତ କରୁଛି ପୁଲିସ । ତା’ସତ୍ତ୍ବେ ଏଥିରେ ବ୍ରେକ ଲାଗିବାର ନାଁ ନେଉନାହିଁ । ବିଶେଷକରି ବାହାର ରାଜ୍ୟକୁ ଓଡ଼ିଶା ଗଞ୍ଜେଇ ରପ୍ତାନି ହେଉଛି । ଏସବୁ ଚାଲାଣରେ ସହଯୋଗ କରୁଥିବା ଲୋକଙ୍କୁ ତ ଗିରଫ କରୁଛି, କିନ୍ତୁ ସର୍ଦାରଙ୍କ ପାଖରେ ପହଞ୍ଚିପାରୁନି ପୁଲିସ । ଯାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ଓଡ଼ିଶାରେ ବ୍ୟାପକ ଭାବେ ବଢ଼ିବାରେ ଲାଗିଛି ନିଶା କାରବାର । ବିଶେଷ କରି ଗଞ୍ଜେଇ ଓ ବ୍ରାଉନ ସୁଗାର ନିଶାରେ ଝୁମୁଛନ୍ତି ଯୁବପିଢ଼ି । ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ସହ କିଲୋ କିଲୋ ବ୍ରାଉନସୁଗାର । ଛୋଟ ଛୋଟ ମାଫିଆ ଓ ଏଜେଣ୍ଟ ଧରାପଡୁଛନ୍ତି । କିନ୍ତୁ ଗଞ୍ଜେଇ ଓ ବ୍ରାଉନସୁଗାର କାରବାରର ସର୍ଦାରଙ୍କ ପାଖରେ ପହଁଚି ପାରୁନି ପୁଲିସ୍ । ଓଡ଼ିଶାକୁ ନିଶାମୁକ୍ତ କରିବାକୁ ପୁଲିସ୍ ଡିଜିଙ୍କ ସଂକଳ୍ପକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉନି । ଏବେ ପ୍ରଶ୍ନ ଉଠୁଛି, କାହିଁକି ଗଞ୍ଜେଇ ଓ ବ୍ରାଉନ ସୁଗାର ବେପାର ମାଷ୍ଟରମାଇଣ୍ଡ ପାଖେ ପୁଲିସ ପହଞ୍ଚି ପାରୁନି ? କାହା ଛତ୍ରଛାୟାରେ ବେଧଡ଼କ ଚାଲିଛି ଏହି ବେପାର ?
କିଏ ଦେଉଛି ଏମାନଙ୍କୁ ସୁରକ୍ଷା ? ଚାଲାଣରେ ସହଯୋଗ କରୁଥିବା ଲୋକଙ୍କୁ ବନ୍ଧାଯାଉଛି, ହେଲେ ମୁଖ୍ୟ ମାଫିଆଙ୍କୁ କାହିଁକି ଗିରଫ କରାଯାଉନି ?
ଓଡ଼ିଶା ପୁଲିସ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ବର୍ଷ ଜାନୁଆରି ୧ ତାରିଖରୁ ଚଳିତବର୍ଷ ଫେବ୍ରୁୟାରି ୨୮ ତାରିଖ ମଧ୍ୟରେ ସାରା ରାଜ୍ୟରୁ ୧୩୪୬ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ୧୪୪୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୪୧.୭ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ୨୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ କରିଛି ପୁଲିସ । ୬୫୪ ଜଣ ଅନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ଓଡ଼ିଶା ଗଞ୍ଜେଇର ଚାହିଦା ଅନ୍ୟ ରାଜ୍ୟରେ ବଢ଼ିବଢ଼ି ଚାଲିଛି । ସେହି କାରଣରୁ ଗଞ୍ଜେଇ ମାଫିଆ ମାନେ ବେଧଡ଼କ ଭାବେ ଏକର ଏକର ଜମିରେ ସବୁଜ ଜହର ଚାଷ କରୁଛନ୍ତି । ଆଉ ଉତ୍ପାଦନ ଗଞ୍ଜେଇକୁ ରାଜ୍ୟ ସମେତ ବାହାର ରାଜ୍ୟକୁ ରପ୍ତାନି କରୁଛନ୍ତି । ଦେଖିବାକୁ ବାକି ରହିଲା ଓଡ଼ିଶା ପୁଲିସ କେବେ ଏମାନଙ୍କ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବ ? କେବେ ମୁଖ୍ୟ କାର୍ପାଟଦାର ପାଖେ ପହଞ୍ଚି ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହେବ ?






