AK ପିଲା ସ୍କୁଲରେ ରୁହନ୍ତୁ ବା ଘରେ, ଗରମ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସାଧାରଣତଃ ପିଲାଙ୍କୁ ଥଣ୍ଡା ରଖିବା ପାଇଁ ଅଭିଭାବକମାନେ ଆଇସକ୍ରିମ, କୋଲ୍ଡ ଡ୍ରିଙ୍କସ କିମ୍ବା ମିଠା ମିଲ୍କସେକ୍ ଦେଇଥାନ୍ତି, କିନ୍ତୁ ଏହା କିଛି ସମୟ ପାଇଁ ଆରାମ ଦେଲେ ମଧ୍ୟ ଶରୀରକୁ ଭିତରୁ ଥଣ୍ଡା କରିନଥାଏ । ବରଂ ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ କମିବା, ଗଳା ସମସ୍ୟା ଏବଂ ଦୁର୍ବଳତା ଦେଖାଦେଇପାରେ ।

ଖରାଦିନେ ଛୋଟ ପିଲାମାନଙ୍କର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ । ଏହି ସମୟରେ ଏମିତି ଖାଦ୍ୟ ବାଛିବା ଉଚିତ ଯାହା ହାଲୁକା ହେବା ସହ ପିଲାମାନଙ୍କୁ ସତେଜ ରଖିବ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଡ଼ଙ୍କଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହୋଇଥାନ୍ତି । ପିଲାମାନେ ସ୍କୁଲରେ ରୁହନ୍ତୁ ବା ଘରେ, ଗରମ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସାଧାରଣତଃ ପିଲାଙ୍କୁ ଥଣ୍ଡା ରଖିବା ପାଇଁ ଅଭିଭାବକମାନେ ଆଇସକ୍ରିମ, କୋଲ୍ଡ ଡ୍ରିଙ୍କସ କିମ୍ବା ମିଠା ମିଲ୍କସେକ୍ ଦେଇଥାନ୍ତି, କିନ୍ତୁ ଏହା କିଛି ସମୟ ପାଇଁ ଆରାମ ଦେଲେ ମଧ୍ୟ ଶରୀରକୁ ଭିତରୁ ଥଣ୍ଡା କରିନଥାଏ । ବରଂ ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ କମିବା, ଗଳା ସମସ୍ୟା ଏବଂ ଦୁର୍ବଳତା ଦେଖାଦେଇପାରେ । ବିଶେଷ କରି ଖରାରେ ଯାଉଥିବା ପିଲାଙ୍କ ପାଇଁ ଏପରି ଖାଦ୍ୟ ଆବଶ୍ୟକ ଯାହା ଶରୀରକୁ ହାଇଡ୍ରେଟ୍ ରଖିବ ଏବଂ ଲୁ ବା ଗରମ ପବନରୁ ରକ୍ଷା କରିବା ସହ ଶକ୍ତି ଯୋଗାଇବ । ଗରମ ଦିନେ ପିଲାଙ୍କ ପାଇଁ ସତ୍ତୁ ସରବତ ଏକ ଉତ୍କୃଷ୍ଟ ପାନୀୟ ।

ଏହା ଶରୀରକୁ ଭିତରୁ ଥଣ୍ଡା ରଖିବା ସହ ପିଲାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖେ ଏବଂ ଥକାପଣ ଦୂର କରେ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏହା ପ୍ରସ୍ତୁତ କରିବା ମଧ୍ୟ ସହଜ । ସେହିଭଳି କାକୁଡ଼ି ଶରୀରକୁ ଶୀତଳତା ପ୍ରଦାନ କରିବା ପାଇଁ ଜଣାଶୁଣା । କାକୁଡ଼ିରେ ସାଣ୍ଡୱିଚ୍ ପ୍ରସ୍ତୁତ କରି ସେଥିରେ ପୁଦିନା ଓ ଟମାଟୋ ମିଶାଇ ପିଲାଙ୍କୁ ଦିଆଯାଇପାରେ । ଏହା ଏକ ହାଲୁକା ଜଳଖିଆ ଯାହା ପେଟକୁ ଭାରି ଲାଗିବାକୁ ଦିଏନାହିଁ । ଯଦି ପିଲାମାନେ ଥଣ୍ଡା ଜିନିଷ ଖାଇବାକୁ ଜିଦ୍ କରନ୍ତି, ତେବେ ବଜାରର ଆଇସକ୍ରିମ ବଦଳରେ ଘରେ ତିଆରି ଫ୍ରୁଟ୍ ପପସିକଲ୍ ଦେବା ଉଚିତ । ତାଜା ଫଳର ରସରେ ତିଆରି ହେଉଥିବାରୁ ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟପ୍ରଦ ମଧ୍ୟ ହୋଇଥାଏ । ଏହି ସମୟରେ ପିଲାଙ୍କ ଖାଦ୍ୟପେୟକୁ ନେଇ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ । ପିଲାଙ୍କୁ ଏକାଥରେ ଅଧିକ ଖାଦ୍ୟ ନଦେଇ ଦିନସାରା ଅଳ୍ପ ଅଳ୍ପ ବ୍ୟବଧାନରେ ହାଲୁକା ଖାଦ୍ୟ ଦେବା ଭଲ, ଯାହା ସେମାନେ ସହଜରେ ହଜମ କରିପାରିବେ । ଖରାଦିନେ ବିଭିନ୍ନ ଫଳ, ଘରେ ତିଆରି ହାଲୁକା ସ୍ନାକ୍ସ, ଦହି ଏବଂ ପାଣି ଜାତୀୟ ପନିପରିବାକୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ । ବାହାରର ତେଲଛଣା କିମ୍ବା ଗରିଷ୍ଠ ଖାଦ୍ୟ ପରିବର୍ତ୍ତେ ତାଜା ରନ୍ଧା ଖାଦ୍ୟ ଦେବା ସବୁଠାରୁ ନିରାପଦ । ପ୍ରତିଟି ପିଲାଙ୍କ ରୁଚି, ବୟସ ଏବଂ ସେମାନଙ୍କ କାର୍ଯ୍ୟକଳାପ ଅଲଗା ହୋଇଥିବାରୁ ସେହି ଅନୁସାରେ ଡାଏଟ୍ ସ୍ଥିର କରାଯିବା ଉଚିତ । ଏହିଭଳି ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଦ୍ୱାରା ପିଲାମାନେ ଗରମରୁ ରକ୍ଷା ପାଇବା ସହ ସୁସ୍ଥ ରହିପାରିବେ ।






