AK ଡାବୁଗାଁ ଥାନାରେ ହାଜତ ମୃତ୍ୟୁ । ଥାନା ଭିତରେ ନାବାଳିକା ଅପହରଣକାରୀର ଅଭିଯୁକ୍ତ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୋମବାର ଦିନ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଡାବୁଗାଁ ଥାନା ପୁଲିସ ଅଞ୍ଚଳା ଗାଁର ପୂର୍ଣ୍ଣ କଲାରଙ୍କୁ ଅଟକ ରଖିଥିଲା ।

ଡାବୁଗାଁ ଥାନାରେ ହାଜତ ମୃତ୍ୟୁ। ଥାନା ଭିତରେ ନାବାଳିକା ଅପହରଣକାରୀର ଅଭିଯୁକ୍ତ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ଦିନ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଡାବୁଗାଁ ଥାନା ପୁଲିସ ଅଞ୍ଚଳା ଗାଁର ପୂର୍ଣ୍ଣ କଲାରଙ୍କୁ ଅଟକ ରଖିଥିଲା। ତେବେ ଆଜି ସକାଳୁ ଥାନା ଭିତରେ ଥିବା ପାଇଖାନା ଭିତରେ ପୂର୍ଣ୍ଣଙ୍କର ଝୁଲନ୍ତା ଶବ ଉଦ୍ଧାର ହେଇଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି।






