AK ପଶ୍ଚିମବଙ୍ଗର ୧୪୨ଟି ଆସନରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ବିଭିନ୍ନ ସ୍ଥାନରେ ଟିଏମ୍ସି, ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ହୁଗଲି ଜିଲ୍ଲାର ଖାନାକୁଲ ବିଧାନସଭା ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର ଆଦର୍ଶ ବିଦ୍ୟାଭବନ ମତଦାନ କେନ୍ଦ୍ରରେ ୧୪୭ ଏବଂ ୧୪୮ ନମ୍ବର ବୁଥରେ ବିଜେପି ଏବଂ ଟିଏମସି ପୋଲିଂ ଏଜେଣ୍ଟଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି ।

ପଶ୍ଚିମବଙ୍ଗର ୧୪୨ଟି ଆସନରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ବିଭିନ୍ନ ସ୍ଥାନରେ ଟିଏମ୍ସି, ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ହୁଗଲି ଜିଲ୍ଲାର ଖାନାକୁଲ ବିଧାନସଭା ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର ଆଦର୍ଶ ବିଦ୍ୟାଭବନ ମତଦାନ କେନ୍ଦ୍ରରେ ୧୪୭ ଏବଂ ୧୪୮ ନମ୍ବର ବୁଥରେ ବିଜେପି ଏବଂ ଟିଏମସି ପୋଲିଂ ଏଜେଣ୍ଟଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି । ନାଦିଆ ଜିଲ୍ଲାର ହାତ୍ରା ବଜାର ଅଞ୍ଚଳର ପ୍ରାଥମିକ ହାଇସ୍କୁଲ ନିକଟରେ ସକାଳେ ହିଂସାତ୍ମକ ସଂଘର୍ଷ ଘଟିଛି। ହାତ୍ରା ବଜାର ପ୍ରାଥମିକ ସ୍କୁଲରେ ଏହି ପୋଲିଂ ବୁଥ୍ ସ୍ଥାପନ କରାଯାଇଛି , ଯେଉଁଠାରେ ତୃଣମୂଳ କଂଗ୍ରେସ ଏବଂ ଆଇଏସଏଫର କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଛାପ୍ରା ପୁଲିସ ଅନୁଯାୟୀ, ଏହି ଘଟଣାରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଛାପ୍ରାରୁ କଂଗ୍ରେସ ପ୍ରାର୍ଥୀ (୮୨) ଆସିଫ ଖାନ ଅଭିଯୋଗ କରିଛନ୍ତି ଯେ ଟିଏମସି ସମର୍ଥକ ଏବଂ ନେତାମାନେ ଭୋଟରମାନଙ୍କୁ ଭୟଭୀତ କରୁଛନ୍ତି। କଂଗ୍ରେସ ବୁଥ୍ ଏଜେଣ୍ଟମାନଙ୍କୁ ମତଦାନ କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ ଏବଂ କଂଗ୍ରେସକୁ କେହି ଭୋଟ ନଦେବାକୁ ସେମାନଙ୍କ ଘରେ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଜଗନ୍ନାଥ ସରକାର ଅଭିଯୋଗ କରିଛନ୍ତି ଯେ ନଦିଆ-ଛାପ୍ରା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀମାନେ ଜଣେ ଦଳୀୟ ବୁଥ୍ ଏଜେଣ୍ଟଙ୍କୁ ମାଡ଼ ମାରିଛନ୍ତି। ସେ ଦାୟୀ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।






