AK ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି। ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା ହେଉଛି । ଝାରସୁଗୁଡ଼ା ପୁଣିଥରେ ଉତ୍ତପ୍ତ ହୋଇଛି । ୪୫ ଦଶମିକ ୩ ଡିଗ୍ରି ତାପମାତ୍ରା ସହ ରେକର୍ଡ କରିଛି ଝାରସୁଗୁଡ଼ୁା । ଏପ୍ରିଲ ମାସରେ ସର୍ବକାଳୀନ ତାପମାତ୍ରାର ରେକର୍ଡ କରିଛି । ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା ହେଉଛି। ଝାରସୁଗୁଡ଼ା ପୁଣିଥରେ ଉତ୍ତପ୍ତ ହୋଇଛି । ୪୫ ଦଶମିକ ୩ ଡିଗ୍ରି ତାପମାତ୍ରା ସହ ରେକର୍ଡ କରିଛି ଝାରସୁଗୁଡ଼ୁା।

ଏପ୍ରିଲ ମାସରେ ସର୍ବକାଳୀନ ତାପମାତ୍ରାର ରେକର୍ଡ କରିଛି । ସେହିପରି ସମ୍ବଲପୁର ଓ ହୀରାକୁଦରେ ପାରଦ ୪୩ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ୪୩ ଦଶମିକ ୫ ଏବଂ ହୀରାକୁଦରେ ୪୩ ଦଶମିକ ୪ ଡିଗ୍ରି ରେକର୍ଡ ହୋଇଛି । ରାଉରକେଲାରେ ୪୦ ଦଶମିକ ୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝରରେ, ୩୯ ଦଶମିକ ୭ ଡିଗ୍ରି, ଚାନ୍ଦବାଲିରେ ୩୭.୬, ବାଲେଶ୍ବରରେ ୩୭ ଡିଗ୍ରି ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଆଣିଛି ଆଶ୍ବସ୍ତି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇ ଥିବା ବେଳେ ପବନର ବେଗ ଅଧିକ ରହିଛି। ଏହି ବର୍ଷା ଓ ପବନରେ ଅସହ୍ୟ ଗୁଳୁଗୁଳିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ଆଣିଛି। ଦିଗପହଣ୍ଡି, ଆସିକା ଓ ଧରାକୋଟ ଅଞ୍ଚଳରେ ସାଧାରଣ ଝିପି ଝିପି ବର୍ଷା ସାଙ୍ଗକୁ ପବନର ବେଗ ପରିବେଶକୁ ଥଣ୍ଡା କରିଛି। ଅନେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ଦେଖିବାକୁ ମିଳିଛି।






