ଇଟାଭାଟିରେ କାମ କରୁଥିବା ଦୁଇ ମାସର ଶିଶୁ ନିଖୋଜ । ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଟାଭାଟିରେ କାମ କରୁଥିବା ଦୁଇମାସର ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୋର ଚମ୍ପୁ ଛକ ନିକଟରେ ଏକ ସିମେଣ୍ଟ ଇଟାଭାଟିରେ ବାଲେଶ୍ବର ରେମୁଣା ଅଞ୍ଚଳର ଜଣେ ମହିଳା ଶ୍ରମିକ ଭାବେ କାମ କରନ୍ତି ।

ଇଟାଭାଟିରେ କାମ କରୁଥିବା ଦୁଇ ମାସର ଶିଶୁ ନିଖୋଜ। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଟାଭାଟିରେ କାମ କରୁଥିବା ଦୁଇମାସର ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୋର ଚମ୍ପୁ ଛକ ନିକଟରେ ଏକ ସିମେଣ୍ଟ ଇଟାଭାଟିରେ ବାଲେଶ୍ବର ରେମୁଣା ଅଞ୍ଚଳର ଜଣେ ମହିଳା ଶ୍ରମିକ ଭାବେ କାମ କରନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ଦୁଇମାସର ଶିଶୁ ପୁତ୍ରକୁ ଝୁଲଣାରେ ଶୁଆଇ କାମ କରିବାକୁ ଯାଇଥିଲେ ମହିଳା ଶ୍ରମିକ। ହେଲେ କାମରୁ ଫେରିବା ପରେ ଶିଶୁ ପୁତ୍ର ଝୁଲଣାରେ ନଥିବା ଦେଖିବାକୁ ପାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହା ପରେ ଶିଶୁ ପୁତ୍ରକୁ ପରିବାର ନ ପାଇ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






