AK ଏହି ବୃଦ୍ଧି ପରେ ଦେଶର ପ୍ରମୁଖ ସହର ମାନଙ୍କରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୩ ହଜାର ଟଙ୍କା ଅତିକ୍ରମ କରିଛି । ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡରର ଦାମ୍ ଏବେ ୩୦୭୧.୫୦ ଟଙ୍କାରେ ପହଞ୍ଚିଛି । ଗତ ଏପ୍ରିଲ ୧ ତାରିଖରେ ଏହାର ମୂଲ୍ୟ ୨୦୭୮.୫୦ ଟଙ୍କା ଥିଲା । ଦେଶରେ ସାଧାରଣ ଜନତାଙ୍କ ପକେଟ୍ ଉପରେ ପୁଣି ଏକ ବଡ଼ ମହଙ୍ଗା ମାଡ଼ ହୋଇଛି। ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଅନେକ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ମାତ୍ରେ ସରକାରୀ ତୈଳ କମ୍ପାନିଗୁଡିକ ଏଲପିଜି ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି କରିଛନ୍ତି ।

ବିଶେଷକରି କମର୍ସିଆଲ୍ ବା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ୧୯ କେଜି ଏବଂ ୫ କେଜିଆ ଛୋଟ ସିଲିଣ୍ଡରର ଦାମ୍ ଅହେତୁକ ଭାବେ ବଢ଼ିଯାଇଛି। ୧ ମେ’ ୨୦୨୬ରୁ ଲାଗୁ ହୋଇଥିବା ଏହି ନୂଆ ଦର ଅନୁଯାୟୀ, କମର୍ସିଆଲ୍ ସିଲିଣ୍ଡର ପିଛା ୯୯୩ ଟଙ୍କା ଏବଂ ୫ କେଜିଆ ସିଲିଣ୍ଡର ପିଛା ୨୬୧ ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଦେଶର ପ୍ରମୁଖ ସହର ମାନଙ୍କରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୩ ହଜାର ଟଙ୍କା ଅତିକ୍ରମ କରିଛି । ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡରର ଦାମ୍ ଏବେ ୩୦୭୧.୫୦ ଟଙ୍କାରେ ପହଞ୍ଚିଛି । ଗତ ଏପ୍ରିଲ ୧ ତାରିଖରେ ଏହାର ମୂଲ୍ୟ ୨୦୭୮.୫୦ ଟଙ୍କା ଥିଲା । ଅର୍ଥାତ୍ ମାତ୍ର ଏକ ମାସ ମଧ୍ୟରେ ଗୋଟିଏ ସିଲିଣ୍ଡର ପିଛା ପ୍ରାୟ ୯୯୩ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ଯୋଗୁଁ ହୋଟେଲ ଏବଂ ରେଷ୍ଟୁରାଣ୍ଟର ଖାଦ୍ୟ ବିଲ୍ ବଢ଼ିବା ନିଶ୍ଚିତ ହୋଇଯାଇଛି । ଏପରିକି ରାସ୍ତାକଡ଼ର ଷ୍ଟ୍ରିଟ୍ ଫୁଡ୍ ଯଥା ଚା’, ସିଙ୍ଗଡ଼ା ଏବଂ ଅନ୍ୟାନ୍ୟ ଜଳଖିଆର ଦାମ୍ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ତେବେ ତୈଳ କମ୍ପାନିଗୁଡିକ ସାଧାରଣ ପରିବାରକୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୪.୨ କେଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ୭ ତାରିଖରେ ଘରୋଇ ଗ୍ୟାସ୍ ଦର ବଢ଼ିଥିଲା । ବର୍ତ୍ତମାନ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କା ଥିବାବେଳେ ମୁମ୍ବାଇରେ ୯୧୨.୫୦ ଟଙ୍କା, ଚେନ୍ନାଇରେ ୯୨୮.୫୦ ଟଙ୍କା ଏବଂ କୋଲକାତାରେ ୯୩୯ ଟଙ୍କା ରହିଛି ।






