AK ନୂଆ ରୂପରେ ଆସିବ ମେଟ୍ରୋ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମେଟ୍ରୋର ଆବଶ୍ୟକତା ରହିଛି । କେବଳ ଭୁବେନେଶ୍ୱରରେ ଏହି ପରିକଳ୍ପନା ନୁହେଁ ବରଂ ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରିଥିବା କହିଛନ୍ତି । ଆଗାମୀ ଦିନରେ ଭୁବନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ନୂଆ ରୂପରେ ଆସିବ ମେଟ୍ରୋ ।

ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମେଟ୍ରୋର ଆବଶ୍ୟକତା ରହିଛି । କେବଳ ଭୁବେନେଶ୍ୱରରେ ଏହି ପରିକଳ୍ପନା ନୁହେଁ ବରଂ ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରିଥିବା କହିଛନ୍ତି । ଆଗାମୀ ଦିନରେ ଭୁବନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ । ମେଟ୍ରୋ ଯିବା ପୂର୍ବରୁ ଟାଉନରେ ପ୍ଲାନିଂ ହୋଇନଥିଲା । ୨୪ ବର୍ଷ ସରକାରରେ ଥିଲେ ଟାଉନ ପ୍ଲାନିଂ ସ୍ଥିତି ଅଛି କି, ବୋଲି ପ୍ରଶ୍ନ କରିଛନ୍ତି। ଭୁବନେଶ୍ୱର ସହରରେ ଆଜି କାହିଁକି ଏ ପରିସ୍ଥିତି। ଦାୟୀ କିଏ ବୋଲି ପଚାରିଛନ୍ତି । ଆମେ ମେଟ୍ରୋ ବିରୋଧରେ ନାହୁଁ ମେଟ୍ରୋ କରିବାକୁ ଆମ ସରକାର ଚାହୁଥିବା କହିଛନ୍ତି ମନ୍ତ୍ରୀ । ମେଟ୍ରୋକୁ ଆମେ ବନ୍ଦ କରିନାହୁଁ । ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ତାହା ଚାଲିଛି । ରାସ୍ତା ନ କରି ମେଟ୍ରୋ କଲେ, ଟେଷ୍ଟିଙ୍ଗ ସମୟରେ ଲୋକେ ହନ୍ତସନ୍ତ ହେଉଥିଲେ । ବର୍ଷ ବର୍ଷ ଧରି କାମ ଚାଲିଥିଲେ କଣ ହୋଇଥାନ୍ତା । ମେଟ୍ରୋ କରିବା ପାଇଁ ବିକଳ୍ପ ରାସ୍ତାର ଆବଶ୍ୟକ । ଆମକୁ କେନ୍ଦ୍ର ସରକାରଙ୍କ ସହାୟତା ନେବାର ଅଛି । ତାର ପ୍ଲାନ ଟେକ୍ନୋଲୋଜି ଆମକୁ ଗ୍ରହଣ କରିବାର ଅଛି ।






