AK ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାର ସାମ୍ନା କରିଥିବା ବିମାନ ଖଣ୍ଡଖଣ୍ଡ ହୋଇଯାଇଛି ।

ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାର ସାମ୍ନା କରିଥିବା ବିମାନ ଖଣ୍ଡଖଣ୍ଡ ହୋଇଯାଇଛି । ଏହି ଦୁର୍ଘଟଣାରେ ୫ ଜଣ ଖେଳାଳିଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଏକ ଟୁର୍ଣ୍ଣାମେଣ୍ଟକୁ ଯାଉଥିବା ପିକଲ୍ ବଲ୍ ଖେଳାଳି ଥିଲେ। ଅଧିକାରୀମାନେ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଟେକ୍ସାସର ଜନ ସୁରକ୍ଷା ବିଭାଗ ଅନୁଯାୟୀ ଅଷ୍ଟିନ୍ ଠାରୁ ପ୍ରାୟ ୪୦ ମାଇଲ୍ (୬୫ କିଲୋମିଟର) ଦକ୍ଷିଣ-ପଶ୍ଚିମରେ ଥିବା ୱିମ୍ବରଲି ସହରରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।






