AK ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣାରେ ୧୫ଟି ବୁଥରେ ପୁନଃନିର୍ବାଚନ ଚାଲିଥିବା ବେଳେ ଶନିବାର ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିବା ଅଧିକାରୀମାନେ କହିଛନ୍ତି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣାରେ ୧୫ଟି ବୁଥରେ ପୁନଃନିର୍ବାଚନ ଚାଲିଥିବା ବେଳେ ଶନିବାର ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିବା ଅଧିକାରୀମାନେ କହିଛନ୍ତି । କେତେକ ଭିଜୁଆଲ୍ରେ ଉଭୟ ପକ୍ଷର ଲୋକମାନେ ଅରାଜକତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଦକ୍ଷିଣ ୨୪ ପରଗଣାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫ଟି ବୁଥରେ ସାନି ମତଦାନ ଚାଲିଛି ।

ମଗ୍ରହାଟ ପଶ୍ଚିମର ୧୧ଟି ପୋଲିଂ ଷ୍ଟେସନ ଓ ଡାଇମଣ୍ଡ ହାର୍ବରର ୪ଟି ପୋଲିଂ ଷ୍ଟେସନରେ ଆଜି ସକାଳ ମତଦାନ ଆରମ୍ଭ ହୋଇଥିଲା । ତେବେ ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗରେ ନିର୍ବାଚନ ଆୟୋଗ ଏହି ବୁଥଗୁଡ଼ିକରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ଭୋଟ ଗଣତି ହେବାକୁ ଥିବାବେଳେ ଏହାପୂର୍ବରୁ ଫାଲଟାରେ କଂଗ୍ରେସ କର୍ମୀ ଧମକ ଦେଉଥିବା ଅଭିଯୋଗ କରି ସଂଘର୍ଷ ଘଟାଇଥିଲେ । ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ତୃଣମୂଳ କଂଗ୍ରେସର ଇସ୍ରାଫିଲ୍ ଚୌକିଦାର ସମସ୍ତଙ୍କୁ ଘର ପୋଡ଼ି ଦେବା ତଥା ରକ୍ତପାତ ଘଟାଇବାକୁ ଧମକ ଦେଇଛନ୍ତି । ମହିଳା ଜଣକ କହିଛନ୍ତି, ଆମେ ତୃଣମୂଳ କଂଗ୍ରେସକୁ ଭୋଟ ଦେଇଥିବାବେଳେ ସେମାନେ ଆମକୁ ଆକ୍ରମଣ କରୁଛନ୍ତି, ତୃଣମୂଳ କର୍ମୀଙ୍କୁ ଗିରଫ କରାଯାଉ ବୋଲି ମହିଳା ଜଣକ ଦାବି କରିଛନ୍ତି । ନିର୍ବାଚନ ଆୟୋଗଙ୍କଠାରୁ ଅପରାହ୍ଣ ୨ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ମଗରାହାଟ ପଶ୍ଚିମରେ ୫୬.୩୩ ପ୍ରତିଶତ ଏବଂ ଡାଇମଣ୍ଡ ହାର୍ବରରେ ୫୪.୯ ପ୍ରତିଶତ ମତଦାନ ହୋଇଛି । ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ରେ ଅନିୟମିତତା ହୋଇଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି । ଖୁଦିରାମ ଅନୁଶୀଳନ କେନ୍ଦ୍ରର ଜଣେ ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଅଭିଯୋଗ ଦାଖଲ କରିଛି, ଯେଉଁଥିରେ ପୋଷ୍ଟାଲ୍ ବାଲଟ୍ କଭରଗୁଡ଼ିକୁ ଅନଧିକୃତ ଭାବରେ ସଜଡ଼ା ଯାଉଥିବା ଅଭିଯୋଗ କରାଯାଇଛି ।






