AK ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ, ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷାମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜ୍ୟରେ ମୋଟ ୯୫.୩୩ ପ୍ରତିଶତ ପିଲା ପରୀକ୍ଷାରେ ପାସ୍ କରିଛନ୍ତି । ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ, ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷାମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜ୍ୟରେ ମୋଟ ୯୫.୩୩ ପ୍ରତିଶତ ପିଲା ପରୀକ୍ଷାରେ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ(୧) ଗ୍ରେଡ ଅର୍ଥାତ ୫୪୦ ରୁ ୬୦୦ ମଧ୍ୟରେ ମାର୍କ ରଖିଥିବା ପିଲାଙ୍କ ଏ-୧ ଗ୍ରେଡରେ ଗଣତି କରାଯାଏ ।

ଏହି ପିଲାଙ୍କ ସଂଖ୍ୟା ୨,୪୫୬ ଜଣ । ସେହିଭଳି ଏ(୨) ଗ୍ରେଡରେ ଅର୍ଥାତ ୪୮୦ ରୁ ୫୩୯ ମଧ୍ୟରେ ନମ୍ବର ରଖିଥିବା ପିଲାଙ୍କ ସଂଖ୍ୟା ୧୫,୬୮୧ ଜଣ । ଅନ୍ୟପଟେ ବି (୧) ଅର୍ଥାତ ୪୨୦ ରୁ ୪୭୯ ମଧ୍ୟରେ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୫୩,୫୬୫ ଜଣ । ବି(୨) ଅର୍ଥାତ ୩୬୦ ରୁ ୪୧୯ ମଧ୍ୟରେ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ରହିଛି ୮୬,୧୦୩ ଜଣ । ସି ଗ୍ରେଡରେ ପାସ୍ କରିଥିବା ପିଲାଙ୍କ ସଂଖ୍ୟା (୩୦୦-୩୫୯) ୧,୨୯, ୮୧୩ ଜଣ । ଡି ଗ୍ରେଡରେ ପାସ କରିଥିବା ପିଲାଙ୍କ ସଂଖ୍ୟା (୨୪୦-୨୯୯) ୧,୪୬, ୧୫୨ ଜଣ । ଇ ଗ୍ରେଡରେ ପାସ୍ କରିଥିବା ପିଲାଙ୍କ ସଂଖ୍ୟା (୧୯୮-୨୩୯) ୯୫,୪୮୧ ଜଣ । ଅନ୍ୟପଟେ ୩୩୧୦ ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛି । ସୂଚନା ଥାଉକି ଚଳିତ ବର୍ଷ ମୋଟ ୫,୪. ୬୭୦ ଜଣ ପିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫,୩.୩୦୬ ଜଣ ପିଲା ପରୀକ୍ଷା ଦେଇଥିଲେ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮,୩୬୪ । ଉତ୍ତୀର୍ଣ୍ଣ ହୋଇଥିବା ମୋଟ ପିଲାଙ୍କ ସଂଖ୍ୟା ୫,୧୯୨୫୧ ଜଣ ।






