AK ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଅମଳ ସମୟରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଉଜୁଡ଼ି ଯାଇଛି ସୁନାର ଫସଲ । ଚଳିତ ରବି ଋତୁରେ ବିଳମ୍ବିତ ଚାଷ ସାଙ୍ଗକୁ, କେନାଲ ପାଣି ଅଭାବ ଓ ଜମିରେ ରୋଗପୋକ ଭଳି ଅନେକ ସମସ୍ୟା ସହ ଲଢ଼ି ଚାଷୀ କ୍ଷେତରେ ସୁନା ଫଳାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଅମଳ ସମୟରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଉଜୁଡ଼ି ଯାଇଛି ସୁନାର ଫସଲ।

ଚଳିତ ରବି ଋତୁରେ ବିଳମ୍ବିତ ଚାଷ ସାଙ୍ଗକୁ, କେନାଲ ପାଣି ଅଭାବ ଓ ଜମିରେ ରୋଗପୋକ ଭଳି ଅନେକ ସମସ୍ୟା ସହ ଲଢ଼ି ଚାଷୀ କ୍ଷେତରେ ସୁନା ଫଳାଇଥିଲା। ଆଉ ଠିକ୍ ଅମଳ ବେଳକୁ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ୩୦ ଏପ୍ରିଲ୍, ଗୁରୁବାର। କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ରେ ବେହାଲ୍ ହୋଇଥିଲା ସୁବର୍ଣ୍ଣପୁର। ବର୍ଷା ତ’ ଛାଡିଗଲା ହେଲେ ଦେଇଗଲା ଅନ୍ନଦାତା ଆଖିରେ ଲୁହ। ଉଜାଡ଼ିଦେଇଥିଲା କ୍ଷେତ। ବିଲରେ ଲହଡ଼ି ମାରୁଥିଲା ପାଣି । ଶହଶହ ଏକର ଧାନ ଫସଲ ମାଟିରେ ମିଶିଯାଇଛି । ଜିଲ୍ଲାର ବିନିକା, ଉଲୁଣ୍ଡା, ସୋନପୁର, ଶୁଙ୍ଗୁରିପାଲି ଏବଂ ତରଭା ବ୍ଲକରେ ସ୍ଥିତି ସବୁଠାରୁ ଗମ୍ଭୀର। ଧାନ କ୍ଷୀର ଖାଇ କେଣ୍ଡା ନଉଁଥିବା ବେଳେ କୁଆପଥର ମାଡ଼ ଯୋଗୁଁ ଧାନ ଗଛ ସବୁ ତଳେ ପଡ଼ି ନଷ୍ଟ ହୋଇଯାଇଛି। ଋଣ ବୋଝ ମୁଣ୍ଡାଇ ଚାଷୀ ଏବେ ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ। ଏବେ କେବଳ ସରକାରୀ ସହାୟତା ପାଇଁ ଦାବି କରିଛି ଚାଷୀ । କ୍ଷୟକ୍ଷତିର ଚିତ୍ର କେବଳ ଧାନ କ୍ଷେତରେ ସୀମିତ ନାହିଁ। କୁଆପଥର ମାଡ଼ରେ ପନିପରିବା ଚାଷ ଉଜୁଡ଼ିବା ସହ ଲୋକଙ୍କ ଘରଦ୍ୱାର, ଗାଡ଼ିମୋଟର ମଧ୍ୟ ବ୍ୟାପକ ଭାବେ ନଷ୍ଟ ହୋଇଛି। ବିଶେଷ କରି ବିନିକା ଅଞ୍ଚଳର ଘୋଡାଧାର, ସଂସାମୁରା ଓ ମହାଦେବପାଲି ଗାଁରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସରକାରୀ ଛୁଟି ବାତିଲ କରିବା ସହ ତୁରନ୍ତ ରାଜସ୍ୱ ବିଭାଗକୁ କ୍ଷୟକ୍ଷତିର ଆକଳନ କରିରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।






