AK ବର୍ତ୍ତମାନ ୟୁଟ୍ୟୁବ୍ ପାଖରେ ଏକ ବିକଳ୍ପ ରହିଛି କିନ୍ତୁ Google Search ର ପ୍ରସଙ୍ଗ-ସଚେତନତାର ଅଭାବ ରହିଥିବାରୁ କମ୍ପାନି ଏହାକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଥିବା ପରି ମନେ ହେଉଛି । ଏହି ନୂଆ ଫିଚରର ମୁଖ୍ୟ କଥା ହେଉଛି ଆପଣଙ୍କୁ ଆଉ କେବଳ କୀୱାର୍ଡ ଟାଇପ୍ କରିବାକୁ ପଡ଼ିବ ନାହିଁ । କନକ ବ୍ୟୁରୋ :ବର୍ତ୍ତମାନ ସମୟରେ ମୋବାଇଲ୍ ଯେମିତି ମଣିଷର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ସକାଳୁ ଆଖି ଖୋଲିବାରୁ ନେଇ ରାତିରେ ବିଛଣାକୁ ଯିବା ପର୍ଯ୍ୟନ୍ତ ମୋବାଇଲର ଦରକାର ସମସ୍ତଙ୍କୁ ପଡୁଛି । ଖାସ୍ କରି ୟୁଟ୍ୟୁବକୁ ଭାରି ପସନ୍ଦ କରୁଛନ୍ତି ୟୁଜର୍ । ଯଦି ଆପଣ ବି ଅଧିକାଂଶ ସମୟ ୟୁଟ୍ୟୁବ୍ ଦେଖି ସାରୁଛନ୍ତି ତା’ହେଲେ ଆପଣଙ୍କ ପାଇଁ ଏକ ବଡ଼ ଖବର ।

YouTube ରେ ଆପଣ ଯେଉଁ ଉପାୟରେ ସର୍ଚ୍ଚ କରନ୍ତି ତାହା ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । Google Ask YouTube ନାମକ ଏକ ନୂତନ AI ଫିଚର ଉପରେ କାମ କରୁଛି। ଏହି ଫିଚରଟି ବର୍ତ୍ତମାନ ପରୀକ୍ଷଣରେ ଅଛି ଏବଂ ପ୍ରାରମ୍ଭିକ ଭାବରେ କିଛି ଚୟନିତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି । କମ୍ପାନିଟି Google search ପରି YouTubeରେ ନୂଆ ଫିଚର୍ ଆଡ୍ କରିବାକୁ ପ୍ରସ୍ତୁତ ହେଉଥିବା ପରି ମନେ ହେଉଛି । ବର୍ତ୍ତମାନ ୟୁଟ୍ୟୁବ୍ ପାଖରେ ଏକ ବିକଳ୍ପ ରହିଛି କିନ୍ତୁ Google Search ର ପ୍ରସଙ୍ଗ-ସଚେତନତାର ଅଭାବ ରହିଥିବାରୁ କମ୍ପାନି ଏହାକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଥିବା ପରି ମନେ ହେଉଛି । ଏହି ନୂଆ ଫିଚରର ମୁଖ୍ୟ କଥା ହେଉଛି ଆପଣଙ୍କୁ ଆଉ କେବଳ କୀୱାର୍ଡ ଟାଇପ୍ କରିବାକୁ ପଡ଼ିବ ନାହିଁ । ଏଥର ଆପଣ ସିଧାସଳଖ ପ୍ରଶ୍ନ ପଚାରିପାରିବେ ଯେପରି ଚାଟବଟ୍ ସହିତ କଥାବାର୍ତ୍ତା କରୁଛନ୍ତି ।

ଏହାର ଅର୍ଥ ହେଉଛି YouTube ରେ ସର୍ଚ୍ଚ କରିବା ଏବେ Google କିମ୍ବା ChatGPT ପରି ସହଜ ହେବ । ଏହି ଫିଚର୍ ବର୍ତ୍ତମାନ କେବଳ ଆମେରିକାର YouTube Premium ଉପଭୋକ୍ତା ଏବଂ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉପଲବ୍ଧ । ତଥାପି କମ୍ପାନି ଏହାକୁ ଧୀରେ ଧୀରେ ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରିବ ବୋଲି ସୂଚନା ମିଳୁଛି । ଏହି ଫିଚର ସାହାଯ୍ୟରେ ଉପଭୋକ୍ତାମାନେ ସର୍ଚ୍ଚ ବକ୍ସରେ ପ୍ରଶ୍ନ ପଚାରିପାରିବେ। ଏହା ପରେ AI ଆପଣଙ୍କୁ ପୂର୍ବଭଳି ଭିଡିଓର ତାଲିକା ଦେଖାଇବ ନାହିଁ ବରଂ ଏକ ସଂକ୍ଷିପ୍ତ ଉତ୍ତର ମଧ୍ୟ ପ୍ରଦାନ କରିବ । ଏହାର ଅର୍ଥ ହେଉଛି ଆପଣଙ୍କୁ ଭିଡିଓଟିକୁ ବୁଝିବା ପାଇଁ ଆଉ କ୍ଲିକ୍ କରିବାକୁ ପଡ଼ିବ ନାହିଁ ବରଂ AI ଆପଣଙ୍କୁ ସ୍ପଷ୍ଟ ରୂପେ ବୁଝାଇଦେବ । ଆଉ ଗୋଟିଏ ଫିଚର୍ ହେଉଛି ଏହା କେବଳ ବଡ଼ ଭିଡିଓ ଦେଖାଇବ ନାହିଁ ବରଂ ସର୍ଟସ୍ ଦେଖାଇବା ପୂର୍ବରୁ ସବୁ ବୁଝାଇଦେବ । ଗୁଗୁଲ୍ କିଛି ସମୟ ଧରି ପ୍ରତ୍ୟେକ ଫିଚରରେ AIକୁ ସାମିଲ କରିଆସୁଛି । ସର୍ଚ୍ଚ, ଜିମେଲ୍ ଏବଂ ଏବେ YouTube ସମସ୍ତେ ଏହି ଦିଗରେ ଆଗକୁ ବଢ଼ୁଛନ୍ତି । ଗୁଗୁଲ୍ର ଲକ୍ଷ୍ୟ ଏବେ କେବଳ ସର୍ଚ୍ଚ ନୁହେଁ ବରଂ ଆଲୋଚନା ଭଳି ଅଭିଜ୍ଞତା ପ୍ରଦାନ କରିବା ।






