AK ଚଳନ୍ତା ଟ୍ରେନରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସରେ ଉତ୍ତରପ୍ରଦେଶ ଅଚଂଳର ସୁରଜ ବର୍ମା ଗହ୍ଵାଟି ଏକ୍ସପ୍ରେସ ଟ୍ରେନରେ ଚେନାଇ ଅଭିମୁଖେ ଯାଉଥିଲେ ।

ସବିରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡ଼ିବାରୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।






