AK ସେହିପରି ୭୬ଜଣ ଅସୁସ୍ଥ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ଜଣ ଶିଶୁ ଅଛନ୍ତି। ଆକ୍ରାନ୍ତ ମାନଙ୍କ ଜ୍ୱର ଝାଡା ବାନ୍ତି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯାଜପୁର ଦଶରଥପୁରରେ ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣା। ସଂପୃକ୍ତ ଦହିବରା ବିକାଳିଙ୍କୁ ଅଟକ ରଖି ପୁଲିସର ପଚରାଉଚରା। କେମିତି ଘଟିଥିଲା ଏତେ ଅଭାବନୀୟ ଘଟଣା।

ସେ ନେଇ ଚାଲିଛି ତଦନ୍ତ। ସୂଚନା ଅନୁସାରେ, ଦହିବରା ଖାଇ ଜଣେ ବୃଦ୍ଧାଙ୍କ ମୃତ୍ୟ ହୋଇଥିଲା। ସେହିପରି ୭୬ଜଣ ଅସୁସ୍ଥ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ଜଣ ଶିଶୁ ଅଛନ୍ତି। ଆକ୍ରାନ୍ତ ମାନଙ୍କ ଜ୍ୱର ଝାଡା ବାନ୍ତି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦଶରଥପୁର ବ୍ଲକ ଜୟନ୍ତରା ପଂଚାୟତ ପାଟପୁର ଗ୍ରାମର କେତେକ ପରିବାର ଜନୈକ ଦହିବରା ବିକାଳି ଠାରୁ ବିଷାକ୍ତ ଦହିବରା ଖାଇଥିଲେ। ଅନ୍ୟପଟେ ଦହିବରା ବ୍ୟବସାୟୀ ଙ୍କୁ ମଙ୍ଗଳପୁର ପୋଲିସ ଅଟକ ରଖିଥିବା ଜଣାପଡିଛି। ଅଟକ ଦହିବରା ବିକାଳି ହେଲେ ଝୁମ୍ପୁରୀ ଅଞ୍ଚଳର ଗୁରୁଡ଼ା ସାହୁ ।






